ନାରାଣପୁର ଉଚ୍ଚବିଦ୍ୟାଳୟରେ ଶିଶୁ ମହୋତ୍ସବ’ ସୁରଭି କାର୍ଯ୍ୟକ୍ରମ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ମୟୁରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡର ବିଭିନ୍ନ କ୍ଲଷ୍ଟରରେ ଶିଶୁ ମହୋତ୍ସବ’ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଥିବାବେଳେ ତିରିଂ’ବ୍ଲକ ଅନ୍ତର୍ଗତ ନାରାଣପୁର ସରକାରୀ ବିଦ୍ୟାଳୟ / କ୍ଲଷ୍ଟର ରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର କନିଷ୍ଠ ଓ ବରିଷ୍ଠ ବର୍ଗ ର ଛାତ୍ରଛାତ୍ରୀ’ଙ୍କ ମଧ୍ୟରେ ପୃଥକ କୁଇଜ୍, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ବିତର୍କ, କଣ୍ଠ ସଂଗୀତ, ଶୃତିଲିଖନ ଓ ହସ୍ତାକ୍ଷର, ପ୍ରବନ୍ଧ ଲିଖନ, ବକୃତା, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ହସ୍ତକଳା ଇତ୍ୟାଦି ୧୨’ ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ପ୍ରତ୍ୟକ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ କୁ ଉତ୍ତିର୍ଣ୍ଣ ହୋଇଛନ୍ତି। ନାରାଣପୁର କ୍ଲଷ୍ଟର କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ତିରିଂ ବ୍ଲକ ୨୦` ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ପରେଶ ଚନ୍ଦ୍ର ମୁଣ୍ଡା ଓ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିବା ନାରାୟଣପୁର ସରପଞ୍ଚ ଲିଟା ଟୁଡୁ ଏବଂ ନାରାଣପୁର ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିମଳ କୁମାର ମହାନ୍ତ ପ୍ରମୁଖ ଶିଶୁ ମହୋତ୍ସବ’ ସୁରଭି’ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ। ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ସମୟାନୁବର୍ତ୍ତିତା ଏବଂ ନିୟମାନୁବର୍ତ୍ତିତା ପାଇଁ ମୁଖ୍ୟ ଅତିଥି ଶ୍ରୀ ମୁଣ୍ଡା ନିଜ ଅଭିଭାଷଣରେ ପ୍ରଶଂସା କରିବା ସହିତ ପାଠପଢା ଓ ବିଭିନ୍ନ କଳା ସଂସ୍କୃତିରେ ମଧ୍ୟ ଭଲ ପ୍ରଦର୍ଶନ ପାଇଁ ଛାତ୍ରଛାତ୍ରୀ’ଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ରାଣୀସାହି ପ୍ରଧାନ ଶିକ୍ଷକ ବିଶ୍ବନାଥ ମହାନ୍ତ ମଞ୍ଚ ପରିଚାଳନା ଓ ବିଭିନ୍ନ ପ୍ରତିଯୋଗିତା ପରିଚାଳନା ଦାୟିତ୍ବ ତୁଲାଇଥିଲେ। ନୁଆଗାଁ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଯୋଗିତା ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ। ଖାଦ୍ୟ ପ୍ରସ୍ତୁତି ଓ ପରିବେଶଣରେ ସନ୍ତୋଷ କୁମାର ପାତ୍ର’ଙ୍କ ସହିତ ନାରାଣପୁର ବିଦ୍ୟାଳୟର ସମସ୍ତ ଶିକ୍ଷକ ସହଯୋଗ ପ୍ରଦାନ କରିଥିଲେ। ନାରାଣପୁର କ୍ଲଷ୍ଟର ର ୧୨’ ଟି ବିଦ୍ୟାଳୟ ର ଛାତ୍ରଛାତ୍ରୀ ସୁରଭି’ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ନାରାଣପୁର କ୍ଲଷ୍ଟର ର ସିଆରସିସି ଜାଗାଇ ସିଂ କାଲୁଣ୍ଡିଆ’ଙ୍କ ନେତୃତ୍ବ ଓ ପରିଚାଳନାରେ କାର୍ଯ୍ୟକ୍ରମ ସୁନ୍ଦର ଭାବେ ଅନୁଷ୍ଠିତ ହୋଇଥିଲାବେଳେ ପୁରଷ୍କାର ବିତରଣୀ ସଭା ଆନନ୍ଦମହ ପରିବେଶରେ ସମାପ୍ତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ