ଇଞ୍ଚୋଳରେ ୩୬ନଂ ଜୋନ ବିଜେଡିର ପଦଯାତ୍ରା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଇଞ୍ଚୋଳ ଠାରେ ୩୭ନଂ ଜୋନ ବିଜେଡିର ଜନ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ସୁରେନ୍ଦ୍ର କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅକରୁଆ, ବଞ୍ଚୋ, ପଞ୍ଚୁଗୋଛିଆ, ଆମ୍ବୋ, ବଡରମ୍ପାସ, ଇଞ୍ଚୋଳ, ଓରାଳି, ଅଁରା ଆଦି ପଞ୍ଚାୟତରୁ ତିନିହଜାରରୁ ଉର୍ଦ୍ଧ କର୍ମୀ ସାମିଲ ହୋଇ ଇଞ୍ଚୋଳ ଠାରୁ ପଦଯାତ୍ରାରେ ବାହାରି ଇଞ୍ଚୋଳ, ଓସ୍ତପାଳ, ପ୍ରଭୃତି ଗ୍ରାମ ପରିକ୍ରମା କରିବାପରେ ଧାନଘର ଗ୍ରାମରେ ସମାପ୍ତ କରିଥିଲେ । ଏଥିରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଇଞ୍ଚୋଳ ସରପଞ୍ଚ ସଶ୍ମିତା ମହାପାତ୍ର, ଅକରୁଆ ସରପଞ୍ଚ ହେମଲତା ବେହେରା, ବଞ୍ଚୋ ସରପଞ୍ଚ ପ୍ରଶାନ୍ତ ରାଉତ(ଅମର), ପୁର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ବଡରମ୍ପାସ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର କୁମାର ଜେନା, ଓରାଳି ସରପଞ୍ଚ ହରିଶ୍ଚନ୍ଦ୍ର ଜେନା, ଅଁରା ସରପଞ୍ଚ ମମତା ବେହେରା, ସମିତିସଭ୍ୟା ନିଳିମା ଜେନା, ବାବନ ସେଠୀ, ଦେବେନ୍ଦ୍ର ବେହେରା, ଜ୍ଞାନେନ୍ଦ୍ର ମହାପାତ୍ର, ତାରିଣୀ ସେନାପତି ପ୍ରମୁଖ ଯୋଗଦେଇଥିଲେ । ଏହି ପଦଯାତ୍ରା ସମୟରେ ଅତିଥିମାନେ ନବୀନବାବୁଙ୍କ ସରକାର ସମୟରେ ଜନ୍ମ ଠାରୁ ମୃତୁ୍ୟ ପର୍ଯ୍ୟନ୍ତ ଯେପରି ଜନହୀତକର ଯୋଜନା ଗୁଡିକ କାର୍ଯ୍ୟକ୍ଷମ ହେଉଛି ତାହାର ସୁଫଳ କିପରି ଲୋକମାନେ ପାଇପାରିବେ ତାହା ଉପରେ ଆଲୋକପାତ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟସରକାରଙ୍କ ପଦକ୍ଷେପ ସର୍ବଜନାଦୃତ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ବିଜେଡି ସରକାର ରାଜ୍ୟରେ ୨୨ବର୍ଷ ଶାସନକାଳ ସମୟରେ ଯେପରି ଓଡିଶାର ବିକାଶ କ୍ଷେତ୍ରରେ କାମ କରିଚାଲିଛନ୍ତି ତାହା ସାଧାରଣ ଲୋକମାନେ ଜାଣି ସାରିଛନ୍ତି । ଟଙ୍କାକିଆ ଚାଉଳ ହେଉ କିମ୍ବା ବିଜୁ କୃଷକ ଯୋଜନା ହେଉ କିମ୍ବା ବିଜୁ ସ୍ୱାସ୍ଥ୍ୟ ଯୋଜନା ହେଉ ଏସବୁ ଯୋଜନାର ସୁଫଳ କିପରି ଲୋକମାନେ ପାଇପାରୁଛନ୍ତି ଓ ଆନ୍ୟ ଯୋଜନା ଗୁଡିକର ସୁଫଳ ପାଇବେ ତାହା ଉପରେ ଅତିଥିମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏଥିରେ ବିଜେଡି ନେତା ଅଭିମନୁ୍ୟ ସେଠୀ, ବୈଲୋଚନ ରାଉଳ, ବିଜୟ ମହାପାତ୍ର, ବିଶ୍ୱନାଥ ନାୟକ, ପ୍ରଦୀପ ଜେନା, ଗୌରାଙ୍ଗ ରଣା, କାମପାଳ ନାୟକ, ବାବୁଲା କାଣ୍ଡି, ପ୍ରମୋଦ ନାୟକ, ପ୍ରକାଶ ସୁଆର, ନାରାୟଣ ଚନ୍ଦ୍ର ନାୟକ, ରବିନ୍ଦ୍ର ରାଉତ, ରଙ୍ଗାଧର ମଲ୍ଲିକ, ନାଏବ ସରପଞ୍ଚ ଚିତ୍ତ ରଞ୍ଜନ ନାୟକ, ଅନନ୍ତ ଗୋପାଳ ପଣ୍ଡା, ସୁବାସ ମହାପାତ୍ର, ଗୁରୁଚରଣ ଜେନା, ସୁଦର୍ଶନ ନାୟକ, ମାଳତୀ ଜେନା, ପ୍ରଫୁଲ ଜେନା, ସତ୍ୟାନନ୍ଦ ଜେନା, ସୁଦର୍ଶନ ଜେନା, ପ୍ରଦୀପ ରାଉତ, ବିଦ୍ୟାଧର ନାୟକ, ଘନଶ୍ୟାମ ଖଣ୍ଡା, ପ୍ରଭାକର ଖଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ