ପାଞ୍ଚ ଦଫା ଦାବିନେଇ ବିଡ଼ିଓଙ୍କୁ ଗଂଜାମ ବ୍ଲକ ଗାଁ ସାଥୀ(ମେଟା) ର ସ୍ମାରକପତ୍ର
ଗଂଜାମ, (ବିନୋଦ ପଲେଇ):ଗଞ୍ଜାମ ବ୍ଲକର ଗାଁ ସାଥି (ମେଟା) ସଙ୍ଘ ତରଫରୁ ପାଞ୍ଚଦଫା ଦାବି ନେଇ ଗଞ୍ଜାମ ବିଡ଼ିଓ ଯସ୍ମୀନ ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବ୍ଳକ ସଭାପତି ଦଣ୍ଡପାଣି ଦାଶ, ଉପସଭାପତି ବୈକୁଣ୍ଠ ମହାରଣା, ସମ୍ପାଦକ ବସନ୍ତ କୁମାର ଚାନ୍ଦ, କୋଷାଧ୍ୟକ୍ଷ କେ.ଲିଙ୍ଗରାଜ ରେଡି ପ୍ରମୁଖଙ୍କ ନେତୃତ୍ୱରେ ବିଡ଼ିଓ ପ୍ରଧାନଙ୍କୁ ଭେଟି ଗାଁ ସାଥିଙ୍କୁ ପରିଚୟ ପତ୍ର ପ୍ରଦାନ, ଲେବର ପେମେଣ୍ଟ ସହ semiskilled ମଜୁରୀ ଏକ କାଲିନ ଏଣ୍ଟ୍ରି କରିବାର ବ୍ୟବସ୍ଥା, ବ୍ଳକରେ ହେଉଥିବା ମନରେଗା ରୀଭ୍ୟୁ ମିଟିଙ୍ଗକୁ ଗାଁ ସାଥିକୁ ସାମିଲ, ଅନଗୋଇଙ୍ଗ ପ୍ରୋଜେକ୍ଟ ବନ୍ଦ କରିବା ପୂର୍ବରୁ ସଙ୍ଘକୁ ଜଣାଇବା ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରିବା ସହ ଆଲୋଚନା କରିଥିଲେ। ଗଂଜାମ ବ୍ଳକର ସମସ୍ତ ଗାଁ ସାଥି ଉପସ୍ଥିତ ଥିଲେ।