ଭୁଲ ରିପୋର୍ଟ ପାଇଁ ଡାକ୍ତର ଗଣିବେ ଜରିମାନା

ତିର୍ତୋଲ, (ଅଭିଷେକ ତ୍ରିପାଠୀ):ଭୁଲ ରିପୋର୍ଟ ଦେଇ ଡାକ୍ତର ଗଣିବେ ଜରିମାନା । ଦିବ୍ୟାଙ୍ଗ ଶିଶୁ ଜନ୍ମ ପାଇଁ ଡାକ୍ତରଙ୍କୁ ଜରିମାନା କଲେ ଜଗତସିଂହପୁରର ଖାଉଟି ଅଦାଲତ । ଶିଶୁର ଚିକିତ୍ସା ପାଇଁ ୧୦ ଲକ୍ଷ ୪୫ ହଜାର ଟଙ୍କା ଦେବେ ଡାକ୍ତର ପ୍ରତାପ କେଶରୀ ଦାସ । ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ନିକଟ କୋଲର ଜୟପୁର ନିବାସୀ ମନୋରଞ୍ଜନ ଚୁଳିଙ୍କ ପତ୍ନୀ ବନ୍ଦନା ଦାସ ଗର୍ଭବତୀ ଥିଲେ । ଡାକ୍ତର ପ୍ରତାପ କେଶରୀ ଦାସଙ୍କ ପାଖରେ ଚିକିତ୍ସା କରାଉଥିଲେ । ଗର୍ଭଧାରଣ ସମୟରେ ୩ ଥର ଅଲଟ୍ରାସାଉଣ୍ଡ ମଧ୍ୟ କରିଥିଲେ ବନ୍ଦନା ।ଅଲଟ୍ରାସାଉଣ୍ଡ ରିପୋର୍ଟରେ ପିଲା ସୁସ୍ଥ ଥିବା କହିଥିଲେ ଡାକ୍ତର । ହେଲେ ଶିଶୁଟି ଜନ୍ମ ପରେ ଦିବ୍ୟାଙ୍ଗ ବୋଲି ଜଣାପଡିଛି । ପରେ ଡାକ୍ତରଙ୍କ ନିକଟରେ ଏନେଇ ଅଭିଯୋଗ ମଧ୍ୟ କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ଏପରି ହୁଏ ବୋଲି ଖାମଖିଆଲ ଢ଼ଙ୍ଗରେ କହିଥିଲେ । ସାମାଜିକ କର୍ମୀ ସ୍ନେହମୟୀ ଆଚାର୍ଯ୍ୟଙ୍କ ସାହାଯ୍ୟରେ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ ଦିବ୍ୟାଙ୍ଗ ଛୁଆର ବାପା,ମାଆ । ଘଟଣାରେ ଖାଉଟି ଅଦାଲତ ଡାକ୍ତରଙ୍କୁ ଶିଶୁର ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କା, ପିତାମାତାଙ୍କ ମାନସିକ ଚାପ ପାଇଁ ୪୦ ହଜାର, ଏବଂ ମକଦ୍ଦମା ପରିଚାଳନା ପାଇଁ ୫ ହଜାର ଟଙ୍କା ଜରିମାନା କରିଥିଲେ “`

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ