କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ବାଚନ : ବାର ଟି ଜୋନ ରେ ବିଜେଡି ସମର୍ଥିତ ପ୍ରାର୍ଥି ବିଜୟୀ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ – ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ବାଚନରେ ୧୫ ଟି ଜୋନ ରୁ ୧୨ଟି ଜୋନ ରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଦୁଇଟି ଜୋନ ରେ ବିଜେପି ସମର୍ଥିତ ଓ ଗୋଟିଏ ଜୋନରେ ମିଳିତ ମେଣ୍ଟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୬ ନମ୍ବର ଜୋନ ରେ ବିଜେଡି ପ୍ରାର୍ଥୀ ନିନ୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି ।ଏକ ନମ୍ବର ଜୋନ ରେ ସତ୍ୟବାଦୀ ମହାପାତ୍ର, ଦୁଇ ନମ୍ବର ଜୋନ ରେ ତୃପ୍ତିମୟୀ ପ୍ରଧାନ,ତିନି ନମ୍ବର ଜୋନ ରେ ସୌମ୍ୟରଞ୍ଜନ ଲେଙ୍କା,ଚାରି ନମ୍ବର ଜୋନ ରେ କଡା ମୁକାବିଲା ହୋଇ ବନରଞ୍ଜନ ପଟ୍ଟନାୟକ,ପାଞ୍ଚ ନମ୍ବର ଜୋନ ରେ ତ୍ରିଲୋଚନ ସେଠୀ ,ଛଅ ନମ୍ବର ଜୋନ ରେ ଚିତ୍ରସେନ ନିସଙ୍କ (ନିର୍ଦ୍ଵନ୍ଦରେ )ବିଜୟୀ ହୋଇଛନ୍ତି । ସେହିପରି ସାତ ନମ୍ବର ଜୋନ ରେ ଭଗବାନ ନାୟକ,ଆଠ ନମ୍ବର ଜୋନ ରେ ନିରଞ୍ଜନ ବିଶ୍ଵାଳ , ନଅ ନମ୍ବର ଜୋନ ରେ କିଶୋର କୁମାର ଛୋଟରାୟ ,ଦଶ ନମ୍ବର ଜୋନ ରେ ମଧୁସୂଦନ ପାଇକରାୟ ,ଏଗାର ନମ୍ବର ଜୋନ ରେ ମିନାକ୍ଷୀ ମହାପାତ୍ର, ବାର ନମ୍ବର ଜୋନ ରେ କୁଞ୍ଜ ବିହାରୀ ପ୍ରଧାନ,୧୩ ନମ୍ବର ଜୋନ ରେ ପର୍ଶୁରାମ ମହାପାତ୍ର। ଚଉଦ ନମ୍ବର ଜୋନରେ ପ୍ରାଣନାଥ ମଲ୍ଲିକ , ପନ୍ଦର ନମ୍ବର ଜୋନ ରେ କିରଣବାଳା ସାମନ୍ତରାୟ ବିଜୟୀ ଘୋଷିତ ହୋଇଛନ୍ତି। ବିଜୟୀ ପ୍ରାର୍ଥୀ ମାନଙ୍କୁ କାକଟପୁର ବିଧାୟକ ତଥା ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା, ନିମାପଡା ବିଧାୟକ ତଥା ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ସ୍ବାଗତ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ