ବିଜେପି ଯୁବ ମୋର୍ଚ୍ଚାର ଧାରଣା, ତୃତୀୟ ଦିନରେ ପହଞ୍ଚିଲା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆରମ୍ଭ ହୋଇଥିବା ଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଛି । ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ରାଙ୍ଗାପାରୁ ଆଶ୍ରମର ସପ୍ତମ ଶ୍ରେଣୀ ଆଦିବାସୀ ଛାତ୍ର ମୃତ୍ୟୁ ଓ ଫୁଲବାଣୀ ଅନ୍ୱେଷା ହଷ୍ଟେଲ ଛାତ୍ର ମୃତ୍ୟୁ ମାମଲାରେ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା କୁ ଆଜିର ଧାରଣା ସ୍ଥଳରେ ଘୋର ନିନ୍ଦା କରି ବିଭିନ୍ନ ସ୍ଳୋଗାନ ସବୁ ଦିଆଯାଇଥିଲା । ଧାରଣା ପରେ ଅର୍ଥାତ୍ ସନ୍ଧ୍ୟା ୫.୩୦ ମିନିଟ୍ ସମୟରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କଅଁରଙ୍କ ନେତୃତ୍ବରେ ଏକ ଟିମ୍ ଯାଇ ଅନ୍ୱେଷା ହଷ୍ଟେଲର ଅଧିକ୍ଷକ ଓ ତାଙ୍କ ସହଯୋଗୀ ଛାତ୍ର ଟିକୁ ପିଟି ପିଟି ମାରିଦେଇଥିବା ଏବଂ ସେଥିପାଇଁ ସେମାନେ ଶବ ବ୍ୟବଛେଦ ନକରି ତାଙ୍କ ଘର ଲୋକଙ୍କୁ ଚାପଦେଇ ଶବ ଦେଇଦେଲେ ବୋଲି ଅଭିଯୋଗ କରି ତାଙ୍କ ମାନଙ୍କ ନାମରେ କେସ୍ ରୁଜୁ କରି ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବିକରି ଫୁଲବାଣୀ ଟାଉନ୍ ଥାନାରେ ଏକ ଏତଲା ଦେଇଥିବାର ଜଣାଯାଇଛି।ସୂଚନା ଥାଉକି ରାଙ୍ଗାପାରୁ ଆଶ୍ରମର ସପ୍ତମ ଶ୍ରେଣୀ ଆଦିବାସୀ ନାବାଳିକା ଛାତ୍ରୀ ଗର୍ଭବତୀ ଓ ମୃତ୍ୟୁ ମାମଲା ଏବଂ ଫୁଲବାଣୀ ଅନ୍ବେଷା ହଷ୍ଟେଲର ଛାତ୍ର ମୃତ୍ୟୁ ମାମଲାରେ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଗତ ଦିନରେ ଘଣ୍ଟ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲେ ସୁଦ୍ଧା ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଯୋଗୁଁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜିକୁ ତିନିଦିନ ହେଲା ଫୁଲବାଣୀ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଚାଲିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ