ସମବାୟ ସମିତି ସଭାପତି ଭାବେ ନିର୍ବାଚିତ ହେଲେ ସୁଦର୍ଶନ କହଁର

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ପାଇକାରୀ ଭଣ୍ଡାର ସମବାୟ ସମିତି ଲିଃର ସଦ୍ୟ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ସଭାପତି ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ଜଣାଶୁଣା ଆଦିବାସୀ ନେତା ତଥା ଲୁଇସିଂ ସରପଞ୍ଚ ସୁଦର୍ଶନ କହଁର। ସେହିଭଳି ଉପ ସଭାପତି ଭାବେ ବିଜୟଲଷ୍ମୀ ପ୍ରଧାନ ମଧ୍ୟ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଜୋତିର୍ମୟୀ ପ୍ରଧାନ ସୂଚନା ଦେଇଛନ୍ତି। ଶନିବାର ଅନୁଷ୍ଠିତ ନିର୍ବାଚନ ପରେ ସଭାପତି ଏବଂ ଉପସଭାପତିଙ୍କୁ ଜିଲ୍ଲା ପାଇକାରୀ ଭଣ୍ଡାର ସମବାୟ ସମିତି ଲିଃ କାର୍ଯ୍ୟାଳୟରେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଛି। ପୂର୍ବରୁ ଥିବା ସଭାପତି ଗୌରୀ ଶଙ୍କର ପଟ୍ଟନାୟକଙ୍କ କାର୍ଯ୍ୟକାଳ ୨୦୨୦ରେ ଶେଷ ହେବା ପରେ ଏହି ପଦବୀ ଖାଲି ପଡିଥିଲା। ଏହି ନିର୍ବାଚନରେ ସମୁଦାୟ ୧୧ ଜଣ କାର୍ଯ୍ୟକାରୀ କମିଟି ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ। ସମବାୟ ସମିତିର କାର୍ଯ୍ୟ ¹କଳାପକୁ ଆଗାମୀ ଦିନରେ ବ୍ୟାପକ କରାଯିବ ବୋଲି ଏ ଅବସରରେ ନୂତନ ସଭାପତି ସୁଦର୍ଶନ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ