ନାରାୟଣୀ ମନ୍ଦିର ରେ ଦୁର୍ବୃତ୍ତ ମାନେ ଲୁଟି ନେଲେ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ କଙ୍କୋରଡା ଗ୍ରାମ ପଞ୍ଚାୟତ ନାରାୟଣୀ ଙ୍କ ମନ୍ଦିର ରୁ ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଦାନ ହୁଣ୍ଡି ସହ ସିସି ଟିଭି ହାର୍ଡ ଡିସ୍କ ଚୋରୀ କରି ନେଇଯାଇଥିବା ଜଣା ପଡ଼ିଛି l ରବିବାର ଭୋରୁ ମନ୍ଦିର ପୂଜକ ମନ୍ଦିର କୁ ଆସି ଦେଖିଲା ବେଳକୁ ମନ୍ଦିର ର ମୂଖ୍ୟ ଦ୍ୱାର ଖୋଲାଥିବା ଦେଖି ମନ୍ଦିର କମିଟି ଗ୍ରାମବାସୀ କୁ ଜଣାଇଥିଲେ l ଗ୍ରାମବାସୀ ମାଙ୍କ ମନ୍ଦିରରେ ପହଞ୍ଚି ଘଟଣା ବିଷୟ ଦେଖିବା ପରେ ପାଟପୁର ପୋଲିସ କୁ ଖବର ଦେଇଥିଲେ l ପାଟପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲା।ମନ୍ଦିରରେ ଦାନ ହୁଣ୍ଡି, ଆଲମାରୀ ଭାଙ୍ଗି ଚୋରି କରି ନେଇଯାଇଥିବା ବେଳେ ମନ୍ଦିରରେ ଲାଗିଥିବା ସିସି ଟିଭି ହାର୍ଡ ଡିସ୍କ କୁ ଦୂର୍ବୁର୍ତ ମାନେ ନେଇଯାଇଥିବା ଦେଖିବାକୁ ମିଳିଛି l ଏନେଇ ପୋଲିସ ପକ୍ଷରୁ ବ୍ୟାପକ ତନାଘନା ଜାରି ରହିଛି। ଠାକୁରାଣୀ ମନ୍ଦିରରୁ ଚୋରି ଘଟଣା କୁ ନେଇ ଖୋଲଡି ଅଞ୍ଚଳରେ ଏକ ପ୍ରକାର ଭାୟର ବାତାବରଣ ଖେଳି ଯାଇଛି। ପୋଲିସ ପକ୍ଷରୁ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳ ବାସୀଙ୍କ ଦାବି ହେଉଛି।


