କଂଗ୍ରେସ ରୁ ନାର୍ଷୁ ପ୍ରଧାନ ଓ ବି ଜେ ଡି ର ଗଙ୍ଗାଧର ପାତ୍ର ହେଲେ ଆରଏମସିଏସ ନିର୍ଦ୍ଧେଶକ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଆସିକା ସମବାୟ ସମିତିର ସାନଖେମୁଣ୍ଡି ଜୋନ ନଂ ୪ ପାଇଁ ରବିବାର ଅନୁଷ୍ଠିତ ହୋଇଥିବା ନିର୍ଦ୍ଧେଶକ ପଦବୀ ନିର୍ବାଚନ ରେ କଂଗେସ୍ର ସମର୍ଥିତ ପ୍ରାଥୀ ନାର୍ଷୁ ପ୍ରଧାନ ୨୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି l ଶ୍ରୀ ପ୍ରଧାନ ୭୨ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ ୪୪ ଭୋଟ ପାଇଛନ୍ତି l ମୋଟ ୧୩୮ ଜଣ ପ୍ୟାକ୍ସ ସଦସ୍ୟ ମତଦାନ କରିଥିଲେ l ସେହିପରି ସାନଖେମୁଣ୍ଡି ଓ ଦିଗପହଣ୍ଡି ଜୋନର ନିର୍ଦେଶକ ନିର୍ବାଚନ ରେ ସ୍ୱାଧୀନ ପ୍ରାଥୀ ତଥା ବିଜେଡିର ବରିଷ୍ଠ ନେତା ଗଙ୍ଗାଧର ପାତ୍ର ୪ ଖଣ୍ଡ ଭୋଟ ବ୍ୟବଧାନ ରେ ବିଜୟୀ ହୋଇଛନ୍ତି l ଶ୍ରୀ ପାତ୍ର ୭୩ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ ୬୯ ଖଣ୍ଡ ଭୋଟ ପାଇଛନ୍ତି ମୋଟ ୧୪୩ ଜଣ ପ୍ୟାକ୍ସ ସଦସ୍ୟ ମତଦାନ କରିଥିଲେ l ଉଭୟ ବିଜୟୀ ହେବା ପରେ ଆସିକା ହରିହର ହାଇସ୍କୁଲ ରେ ପିସିସି ସଭ୍ୟ ତଥା ଆସିକା ସମବାୟ ବ୍ୟାଙ୍କ ର ପୂର୍ବତନ ନିର୍ଦ୍ଧେଶକ ଅରିବିନ୍ଦ ନାହାକ, ସିଙ୍ଗିପୁର ସମବାୟ ସମିତିର ସଭାପତି ଅନନ୍ତ ମହାଙ୍କୁଡ, ପୋଡାମାରି ସମବାୟ ସମିତି ର ସଭ୍ୟ ତାରିଣୀ ଚରଣ ପାତ୍ର, ପଟିଗୁଡା ପଞ୍ଚାୟତ ନାଏବ ସରପଞ୍ଚ ଅରକ୍ଷିତ ଗୌଡ଼ ଙ୍କ ସମେତ ବହୁ ଗ୍ରାମବାସି ଉଭୟଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ