ସାହିତ୍ୟଘରର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ ଓ କବିତାପାଠୋତ୍ସବ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସମ୍ବାଦ ସାହିତ୍ୟଘରର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଓ କବିତାପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ଠାରେ ସମ୍ବାଦ ସାହିତ୍ୟ ଘରର ସଭାପତି ଅନ୍ତର୍ଯ୍ୟାମୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆବାହକ କିଶୋର ଆଚାର୍ଯ୍ୟ, ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ, କୋଷାଧ୍ୟକ୍ଷ ସୁରେନ୍ଦ୍ର ପରିଡା, ବରିଷ୍ଠ ଉପଦେ୍ଦଷ୍ଟା ବାଳକୃଷ୍ଣ ରାଉତ, ବିଦୁ୍ୟତଲତା ଦେଓ, ରତ୍ନାକର ଦାସ, ଉପସଭାପତି ନାରାୟଣ ଚନ୍ଦ୍ର ସାହୁ, ଅନନ୍ତ ମୁଦୁଲି, ମୁରଲୀଧର ବେହେରା, ଅମୁଲ୍ୟ କୁମାର ମିଶ୍ର, ନାରାୟଣ ଚନ୍ଦ୍ର ଲେଙ୍କା, ରାଜୀବ ସାହୁ , ରମାକାନ୍ତ ପହି, ହେମନ୍ତ ନାୟକ, ଅଭୟ କୁମାର ସାମଲ,ନୃଷିହଂ ଚରଣ ସାମଲ, ଶୁଭଲଗ୍ନା ଉମାମଣି ପାଢ଼ୀ, ପ୍ରମିଳା ନାୟକ, ଜ୍ୟୋତ୍ସାରାଣୀ ଦାସ, ନୟନୀ ଜେନା, ଅଧିକାରୀ ନାୟକ, ତିଳୋତ୍ତମା ସା, ବଳରାମ ଜେନା ପ୍ରମୁଖ ଯୋଗଦେଇ ଆସନ୍ତା ନଭେମ୍ବର ୨୭ତାରିଖରେ ଅନୁଷ୍ଠିତ ହେବାକୁଥିବା ୬ଷ୍ଠ ବାର୍ଷିକ ଉତ୍ସବ ସମ୍ପର୍କରେ ଆଲୋଚନା କରିଥିଲେ । ଆସନ୍ତା ନଭେମ୍ବର ୨୭ତାରିଖରେ ବାର୍ଷିକ ଉତ୍ସବ ଓ ମୁଖପତ୍ର ଉନ୍ମୋଚନ ଉତ୍ସବ କରାଯିବାକୁ ନିଷ୍ପତି ହେବାସହ ଉତ୍ସବକୁ ସରଶ ସୁନ୍ଦର କରିବାପାଇଁ ଆଲୋଚନା ହୋଇଥିଲା । ଉତ୍ସବରେ ସମ୍ବର୍ଦ୍ଧିତ ପ୍ରତିଭା ଓ ଅତିଥି ମାନଙ୍କ ଯୋଗଦାନ ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଥିଲା । ଉତ୍ସବରେ ଯୋଗଦେଇଥିବା କବି ଓ କବୟତ୍ରୀ ମାନେ ନିଜ ନିଜର କବିତାମାନ ଆବୃତ୍ତି କରିବାପରେ ସେଗୁଡିକୁ ସମୀକ୍ଷା କରାଯାଇଥିଲା । ପ୍ରାରମ୍ଭରେ ବିଶିଷ୍ଟ କବି ଚଷାଖଣ୍ଡ ଗ୍ରାମର ଦୋଳଗୋବିନ୍ଦ ପାଗଳଙ୍କ ଅକାଳ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରାଯାଇ ଦୁଇମିନିଟ ନିରବ ପ୍ରାର୍ଥନା କରାଯିବା ସହ ତାଙ୍କର ଅମର ଆତ୍ମାର ସତ୍ଗତି କାମନା କରାଯାଇଥିଲା ।