ବେଲଗୁଣ୍ଠାରେ ବ୍ଳକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଶିଶୁ ମାନଙ୍କ ନିକଟରେ ଥିବା ପ୍ରତିଭାର ବିକାଶ ନିମନ୍ତେ ଆଜି ବେଲଗୁଣ୍ଠା ସ୍ଥିତ ଘୁମୁସର ବୈଷୟିକ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ଚଳିତ ବର୍ଷର ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ I ଏହି ଉଦ୍ଘାଟନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ, ଉପନଗରପାଳ ଟି.ବବିତା କୁମାରୀ,ବେଲଗୁଣ୍ଠା ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ,ଏବିଇଓ ସବିତା କୁମାରୀ ମଲ୍ଲିକ,ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମହାରଣା ପ୍ରମୁଖ ଯୋଗ ଦେଇଥିଲେ I ସେହିପରି ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ,ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥି, ବଡ଼ ବୋର୍ସିଂ ସରପଞ୍ଚ ଏସ୍ ରାମେଶ୍ୱର ପାତ୍ର, ବରିଷ୍ଠ ନାଗରୀକ ମଞ୍ଚ ସଭାପତି ନିକୁଞ୍ଜ ଖଣ୍ଡୁଆଳ, ଏନ୍ଏସି ଉପାଧ୍ୟକ୍ଷା ଟି.ବବିତା କୁମାରୀ ପ୍ରମୁଖ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ I ବରିଷ୍ଠ ଏବଂ କନିଷ୍ଠ ବିଭାଗରେ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ ବରିଷ୍ଠ ବିଭାଗରୁ ସୁମନ୍ ନାୟକ, ଶୁଭମ୍ ବେହେରା, ଜସ୍ମୀନ ପରିଡ଼ା,ଦୀପିକା ସ୍ଵାଇଁ,ରଚିତା ରାଣୀ ସ୍ୱାଇଁ,ସ୍ନେହା ପୋଲାଇ, ଆଲୀଶା ପ୍ରଧାନ,ଇପ୍ସିତା ଗନ୍ତାୟତ ଏବଂ କନିଷ୍ଠ ବିଭାଗରୁ ଦୀପକ୍ ଭୂୟାଁ,ଶିବାଙ୍ଗୀ ତ୍ରିପାଠୀ,ମଧୁସ୍ମିତା ସାହୁ,ଶ୍ରୀତମ ଜେନା, ଜସ୍ମୀନ ମହାରଣା, ସୁହାନି ପ୍ରଧାନ ଏବଂ ଆଦର୍ଶ ସ୍ୱାଇଁ ଜିଲ୍ଳା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପାଇଁ ମନୋନୀତ ହୋଇଥିଲେ I ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳ ଛାତ୍ରୀମାନେ ଜିଲ୍ଳା ସ୍ତରୀୟ କାର୍ଯ୍ୟକ୍ରମକୁ ମନୋନୀତ ହୋଇଥିଲେ I କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ସିଆରସିସି,ପ୍ରାଥମିକ ଶିକ୍ଷକ ସଂଘ ସଭାପତି, ସମ୍ପାଦକଙ୍କ ସମେତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ I ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ପଟ୍ଟନାୟକ, ଶଙ୍ଖନାଦ ସେନାପତି,ପୂର୍ଣ୍ଣଚନ୍ଦ୍ର ମହାନ୍ତି ଏବଂ ବିଷ୍ଣୁପ୍ରସାଦ ପଣ୍ଡା ମଞ୍ଚ ସଂଯୋଜନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ