ବେଲଗୁଣ୍ଠାରେ ମହିଳା ମହାସଂଘ ଗଠନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ଏସ ରାକେଶ କୁମାର ପାତ୍ରଙ୍କ ନେତୃତ୍ୱରେ ପରିଷଦ ଅନ୍ତର୍ଗତ ୬ ନମ୍ବର ୱାର୍ଡରେ ଏକ ଆଞ୍ଚଳିକ ସ୍ତରୀୟ ମହିଳା ମହାସଂଘ ଗଠନ ହୋଇଯାଇଛି | ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ ମହିଳା ମାନଙ୍କର ସଶକ୍ତିକରଣ ଲକ୍ଷ୍ୟ ରଖି ୱାର୍ଡ ସ୍ତରୀୟ ୧୨ ଟି ମିଶନଶକ୍ତି ଗୋଷ୍ଠୀ ସମୂହକୁ ନେଇ ଏହି ମହାସଂଘକୁ ମା ଜନନୀ ଆଞ୍ଚଳିକ ମହିଳା ମହାସଂଘ ନାମରେ ନାମିତ କରାଯାଇଛି | ଏହି ମହାସଂଘର ସଭାନେତ୍ରୀ ଭାବେ ରଞ୍ଜୁଲତା ବଡାତ୍ୟା, ସମ୍ପାଦିକା ଭାବେ ଅନିତା ଦାସ ଓ କୋଷାଧ୍ୟାକ୍ଷା ଭାବେ ଭବାନୀ କୁମାରୀ ସାହୁ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି | ଆଜିର ବୈଠକରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସକାଶେ ୱାର୍ଡ ସ୍ତରରେ ଏକ ସ୍ୱଚ୍ଛ ସମିତି ଗଠନକରି ପରିମଳ ବ୍ୟବସ୍ଥା ପ୍ରତି ସଜାଗ ରହିବା ସହ ସରକାରୀ ଯୋଜନା ଗୁଡ଼ିକର ସଠିକ ରୂପାୟନ, ପ୍ରକୃତ ହିତାଧିକାରୀ ଚି଼ହ୍ନଟ ଓ ବ୍ୟାଙ୍କ /ସରକାରୀ ଅନୁଷ୍ଠାନ ଗୁଡିକସହ ଯୋଗାଯୋଗ ଓ ସମ୍ପର୍କ ସ୍ଥାପନ ଆଦି ଗୁରୁତ୍ୱପୂର୍ଣ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା |ପରିଷଦ ତରଫରୁ ସହର ମିଶନ ପରିଚାଳକ ପ୍ରଫୁଲ୍ଲ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଗୋଷ୍ଠୀ ସଂଗଠିକା ଅଞ୍ଜଳି ପଣ୍ଡା ଓ ପାରିଷଦ ସଭ୍ୟ ପ୍ରଦୀପ ସେଠି, ସ୍ଵଚ୍ଛ ସୁପରଭାଇଜର ପାୟଲ ମହାପାତ୍ର ଓ ପରିମଳ ସୁପରଭାଇଜର ଶିବରାମ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ | ଏହି ଅବସରରେ ଏକ ସଫେଇ ଏବଂ ପରିମଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ