“ବିଗ୍ ବସ୍’ ଛାଡ଼ିପାରନ୍ତି ସଲମାନ୍ !
ଏପରିକି ଶୋ’ ବନ୍ଦ କରିବାକୁ ଦାବି କରାଯାଉଥିଲା । ଏଥି ସହ ଶୋ’ର ଟିଆରପି ମଧ୍ୟ ଖୁବ୍ କମ୍ ଆସୁଥିଲା । ବହୁ ଟ୍ୱିଷ୍ଟ ଆଣ୍ଡ ଟର୍ଣ୍ଣ ସତ୍ତ୍ୱେ କିଛି ଫାଇଦା ମିଳୁନଥିଲା । ହେଲେ ଏବେ ଶୋ ର ଟିଆରପି ବଢ଼ିବାରେ ଲାଗିଛି । ଗୋଟେ ପଟେ “ବିଗ୍ ବସ୍ ୧୩’ ଟପ୍ ଟେନ୍ ଟିଆରପି ଲିଷ୍ଟରେ ସାମିଲ୍ ହୋଇଥିବାବେଳେ ଅନ୍ୟପଟେ ସଲମାନ୍ ଖାନ୍ ଶୋ’ ଛାଡ଼ିଦେବେ ବୋଲି ଚର୍ଚ୍ଚା ଜୋର୍ ଧରିଛି । ଏତେ ଦିନର ପ୍ରୟାସ ପରେ ଶୋ’ର ପ୍ରଦର୍ଶନ ଭଲ ହୋଇଥିବା ବେଳେ ସଲମାନ୍ ଙ୍କ ଶୋ’ ଛାଡ଼ିବା ଖବର ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି । କୁହାଯାଉଛି ଯେ, ସଲମାନ୍ “ବିଗ୍ ବସ୍ ୧୩’ର ବିଜେତା ଘୋଷଣା କରିବା ପୂର୍ବରୁ ହିଁ ଏହାକୁ ଛାଡ଼ିଦେବେ । ସଲମାନ୍ ନିଜର ଆଗାମୀ ପ୍ରୋଜେକ୍ଟ ପାଇଁ ଶୋ’ ଛାଡ଼ୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏନେଇ ଚ୍ୟାନେଲ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।


