ବିପୁଳ ପରିମାଣର ଗଞ୍ଜେଇ ସହିତ ଇଣ୍ଡିଗୋ କାର ଜବତ, ଜଣେ ଗିରଫ

ଛତ୍ରପୁର, (ଦେବଦତ୍ତ ମହାରଣା):ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ଦେବୀପ୍ରସାଦ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଅବକାରୀ ଷ୍ଟ୍ରାଇକିଙ୍ଗ ଫୋର୍ସ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଉଜ୍ଜଳେଶ୍ୱର ମନ୍ଦିର ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ କନ୍ଧମାଳରୁ ଭୁବନେଶ୍ୱର ଆସୁଥିବା ଗୋଟିଏ ଟାଟା ଇଣ୍ଡିଗୋ କାରରୁ (ଓଡି-୦୫ଏମ୍-୩୨୧୬) ୧୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ କନ୍ଧମାଳ ଜିଲ୍ଲାର କାନ ଜୁଡ଼ାସଙ୍କୁ ଗିରଫ କରାଯାଇଛି। । ଜବତ କାର ଓ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।ଉକ୍ତ ଚଢାଉରେ ଏସ୍‌.ଆଇ ଧନଞ୍ଜୟ ପାତ୍ର, ଏ.ଏସ୍‌.ଆଇ ରବୀନ୍ଦ୍ର ବିଶ୍ୱାଳ, କୁମୁଦ ଚନ୍ଦ୍ର ନାୟକ ଓ ଷ୍ଟାଫମାନେ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ