ସତ୍ୟସାଇ ସେବା ସଂଗଠନର ଜିଲ୍ଲାସ୍ତରୀୟ ଆନନ୍ଦ ମହୋତ୍ସବ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ସ୍ଥାନୀୟ ସତ୍ୟସାଇ ମନ୍ଦିିର ପରିସରରେ ବାଳବିକାଶ ଛାତ୍ରଛାତ୍ରୀ ମାନଙ୍କର ଏକ ଜିଲ୍ଲାସ୍ତରୀୟ ଅନନ୍ଦ ମହୋତ୍ସବ ପାଳିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାର ଫୁଲବାଣୀ,ବାଲିଗୁଡା,ରାଇକିଆ,ଦାରିଙ୍ଗବାଡି ଓ ଜି ଉଦୟଗିରିର ଶତାଧିକ ବାଳବିକାଶ ଛାତ୍ରଛାତ୍ରୀ,ଗୁରୁ ଓ ଅଭିଭାବକ ମାନଙ୍କର ଏକ ସୁନ୍ଦର ସମାବେଶରେ କୋମଳମତି ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରାଯାଇଥିଲା । କୁଇଜ,ଚିତ୍ରାଙ୍କନ,ମୁଲ୍ୟବୋଧ ଭିତିକଗଳ୍ପ ଓ କବିତା କଥନ, ରଂଗୋଲି ଝୁଟି.ବକୃତା,ଲେମ୍ଭୁଚାମଚ,ଦୌଡ,ଦୌଡିଡିଆଁ.ବକେଟବଲ ,ବେଦପଠନ ଇତ୍ୟାଦି ପ୍ରତିଯେ୍ାଗିତାରେ ଅଂଶଗ୍ରହଣ କରିଥିଲେ । ଆଜିର ଶିଶୁ ଆସନ୍ତାକାଲିର ନାଗରିକ, ସେମାନଙ୍କୁ ଯେତିକି ଆନନ୍ଦରେ ରଖାଯାଇପାରିବ ସେତିକି ସେମାନଙ୍କ ମାନସିକ ଓ ଶାରିରୀକ ଓଆଧ୍ୟିାତ୍ମିକ ବିକାଶ ହୋଇପାରିବ । ବିଶେଷକରି ସୁଜନାତ୍ମକ ଆଭିମୁଖ୍ୟ ସେମାନଙ୍କ ବ୍ୟକ୍ତିତ୍ୱ ନିର୍ଦ୍ଦାରଣରେ ସହାୟକ ହୋଇପାରିବ ବୋଲି ମୁଖ୍ୟ ଅତିିଥି ଡଃ ନିତ୍ୟାନନ୍ଦ ଦାସ କହିଥିଲେ । ଜିଲ୍ଲା ସଭାପତି ଡଃ ମଧୁସୁଦନ ମହାପାତ୍ର,ପୁର୍ବତନ ଜିଲ୍ଲାସଭାପତି ବିଭିଏନ ମୁର୍ତ୍ତି ,ଜିଲ୍ଲା ସ୍ତରୀୟ ଓ ସମିତି ସ୍ତରୀୟ କର୍ମକ୍ରତ୍ତା,ଅଭିଭାବକ,ଗୁରୁଗୁରୁମା ମାନେ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


