ସ୍କାଉଟ ଗାଇଡ୍‌ମାନଙ୍କ ଦ୍ୱାରା ଭୋଟର ସଚେତନତା ଶୋଭାଯାତ୍ରା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଆୟୋଜିତ ଭୋଟର ସଚେତନତା କାର୍ଯ୍ୟକ୍ରମ ତା୯.୧୧.୨୦୨୨ରିଖ ସକାଳ ୭ ଘଟିକା ସମୟରେ ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟରୁ ୨୦୦ରୁ ଊର୍ଦ୍ଧ୍ୱ ସ୍କାଉଟ, ଗାଇଡ୍‌, ରୋଭର ଓ ରେଞ୍ଜର ମିଳିତ ହୋଇ ଭୋଟର ସଚେତନତା ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ । ଏହି ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନ୍ ଛକରୁ ବାହାରି ଯଥାକ୍ରମେ ପିଏମ୍‌ଜି ଛକ, ରବିନ୍ଦ୍ର ମଣ୍ଡପ, ପାୱାର ହାଉସ୍ ଛକ ଦେଇ ରାଜ୍ୟ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲା । ଶୋଭାଯାତ୍ରାରେ ସ୍କାଉଟ, ଗାଇଡ୍‌, ରୋଭର ଓ ରେଞ୍ଜନ ମାନେ ସଚେତନତା ସମ୍ପର୍କୀୟ ବିଭିନ୍ନ ପ୍ଲାକାର୍ଡ ଧରି ଜନସଚେତନତା ସୃଷ୍ଟି କରିବାର ପ୍ରୟାସ କରିଥିଲେ । ରାଜ୍ୟ ମୁଖ୍ୟାଳୟର ଯୁଗ୍ମ ସମ୍ପାଦକ ଶ୍ରୀ ମିହିର ରଞ୍ଜନ ପଟ୍ଟନାୟକଙ୍କ ତତ୍ୱାବଧାନରେ କାର୍ଯ୍ୟାଳୟର ବହୁ ଅଧିକାରୀ ଏବଂ ବିଦ୍ୟାଳୟମାନଙ୍କରୁ ଆସିଥିବା ସ୍କାଉଟ ମାଷ୍ଟର ଏବଂ ଗାଇଡ୍ କ୍ୟାପଟେନମାନେ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ । ସମସ୍ତ ସ୍କାଉଟ, ଗାଇଡ୍‌, ରୋଭର ଓ ରେଞ୍ଜନରମାନଙ୍କର ଏପରି କାମକୁ ଦେଖି ମାନ୍ୟବର ମନ୍ତ୍ରୀ ଖାଦ୍ୟଯୋଗାଣ ଓ ସମବାୟ ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ସଭାପତି ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ବହୁତ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ