ଆ-କା-ମା-ବୈ ଅନୁଷ୍ଠାନ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା):ଦୁଇ ଦିନ ଧରି ଚାଲିଥିବା ଭୋଇସାହି ଆ କା ମା ବୈ ଅନୁଷ୍ଠାନର ତ୍ରୟୋଦଶ ବୋଇତ ବନ୍ଦାଣ ଉତ୍ସବ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍କଳ ନୌବାଣିଜ୍ୟ ପରମ୍ପରାର ଗୌରବମୟ ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ । ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ, କାଉନସିଲର ସଞ୍ଜୀବ ଦାସ ଓ ମୀତା ପଟ୍ଟନାୟକ, ପୂର୍ବତନ ପୌରାଧ୍ୟକ୍ଷା ସୁଜାତା ଦାସ, ସମାଜସେବୀ ପର୍ଶୁରାମ ବେହେରା, ଯୁବନେତା ବିକ୍ରମ ପଣ୍ଡା, ଜୋତିଷଶାସ୍ତ୍ରୀ ମନ୍ମଥ ମିଶ୍ର ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍କଳର ପୂର୍ବସୁରୀଙ୍କ ଦଃୁସାହସିକ ପୂର୍ଣ୍ଣ ଜଳଯାତ୍ରା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ତେବେ ପ୍ରାଚୀନ ଉତ୍କଳର ଗୌରବମୟ ଇତିହାସର ସ୍ମୃତିରକ୍ଷା ପାଇଁ ଆ କା ମା ବୈ ବୋଇତ ବନ୍ଦାଣ ଉତ୍ସବ କମିଟିର ପ୍ରୟାସ ବେଶ ପ୍ରସଂଶନୀୟ ବୋଲି ସେମାନେ କହିଥିଲେ । ଅନୁଷ୍ଠାନର ସଭାପତି ଅଭିଜିତ ପଣ୍ଡା କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିବା ବେଳେ ସାଧାରଣ ସମ୍ପାଦକ ବିକାଶ କୁମାର ପାଢ଼ୀ ବିବରଣୀ ଉପସ୍ଥାପନ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ଶିକ୍ଷକ ମୂରଲୀଧର ନାୟକ ଏଥିରେ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଜ୍ଞାନ ରଞ୍ଜନ ଦାସ, ପ୍ରବୀର କୁମାର ଦାସ, ଲକ୍ଷ୍ମୀଧର ସେଠୀ, ସୁବୋଧ ଚନ୍ଦ୍ର ପଣ୍ଡା, କାର୍ତ୍ତିକ ମହାକୁଡ, ମୃତ୍ୟୁଞ୍ଜୟ ମହାନ୍ତି, ଅରୁଣ ମୁଖୀ, ବିଶ୍ୱଜିତ ଭୋଇ, ସୁମିତ କୁମାର ସେଠୀ, ରାକେଶ କୁମାର ଭୋଇ, ରୌନକ ପଟ୍ଟନାୟକ, ଜଗଦ୍ଦୀଶ ଆଚାର୍ଯ୍ୟ ପ୍ରମୁଖଙ୍କ ସମେତ କମିଟିର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ସଭାପରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଭୋଇସାହି ସମେତ ଆଖପାଖ ଅଞ୍ଚଳର ଦର୍ଶକଙ୍କ ଭିଡ଼ ଲାଗିଥିଲା ।


