ଜାହାନିଆଁ ଠାରେ ବାଲିଯାତ୍ରା ଉଦଯାପିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ ର ସର୍ବଧର୍ମ ସମନ୍ଵୟ ର ପ୍ରସିଦ୍ଧ ପୀଠ ଜାହାନିଆଁ ଠାରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ଆଜି ଉଦଯାପିତ ହୋଇଯାଇଛି । ଏହି ପୀଠ ର ବିଶେଶତ୍ଵ ହେଉଛି ଯେ, ଏଠାରେ ଉଭୟ ହିନ୍ଦୁ ଓ ମୁସଲମାନ ଭକ୍ତ, ଯାତ୍ରୀ ପୀର ବାବାଙ୍କ ପୀଠ ରେ ପୂଜା କରିଥାନ୍ତି। ଦୁଇଦିନ ଯାକ ହଜାର ହଜାର ଉଭୟ ହିନ୍ଦୁ ଓ ମୁସଲମାନ ଭକ୍ତ ମାନେ ଛୁଟି ଆସିଥିଲେ ଜାହାନିଆଁ ପୀର ବାବାଙ୍କ ପୀଠ କୁ।ବାବା ଙ୍କ ପୀଠ ବାଲି ରେ ନାଲି ପତାକା ପୋତି, ବାବା ଙ୍କ ଦରଘା ରେ ଚାଦର ଚଢାଇ, ବାବା ଙ୍କୁ ଲିଆ, ଖଇ, ଉଖୁଡା,କଦଳୀ ଭୋଗ ଲାଗି କରି ନିଜ ପରିବାର ଓ ସନ୍ତାନ ମାନଙ୍କ ମଙ୍ଗଳ କାମନା କରିଥିଲେ। ପରେ ନିକଟସ୍ଥ ସମୁଦ୍ର କୁ ଯାଇ ସମୁଦ୍ର ସ୍ନାନ କରି ମଜା ଉଠାଇ ଥିଲେ। ଦୁଇଦିନ ଧରି ଜାହାନିଆଁ ଠାରେ ଭକ୍ତ ମାନଙ୍କ ପ୍ରବଳ ଭିଡ଼ ଲାଗିଥିଲା।ଏହି ଅବସର ରେ ପୀଠ ନିକଟସ୍ଥ ପଡିଆ ଓ ସମୁଦ୍ରକୂଳ ବେଳାଭୁମି ଠାରେ ମେଳା ଲାଗିଥିଲା। ଭୁବନେଶ୍ୱର ର ଧଉଳି ଚାରୁକଳା ମହାବିଦ୍ୟାଳୟ ର ଗତି କୃଷ୍ଣ ନାୟକ, ସୁଭଦ୍ରା ମହାନ୍ତି, ଦୀପ୍ତିମୟୀ ଚମ୍ପତି ପ୍ରମୁଖ ୩ ଜଣ ଛାତ୍ର ଛାତ୍ରୀ ସମୁଦ୍ର ବେଳାଭୁମି ବାଲି ରେ ବାଲୁକା କଳା ପ୍ରଦର୍ଶନ କରିଥିଲେ।ସେମାନଙ୍କ ଦ୍ଵାରା ବାଲି ରେ ନିର୍ମିତ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ମା ଦୁର୍ଗା ଙ୍କ ମୂର୍ତ୍ତି ବେଶ ସୁନ୍ଦର ହୋଇଥିଲା। ଯାହାକୁ ଦେଖି ଯାତ୍ରୀ ,ପର୍ଯ୍ୟଟକ ମାନେ ଖୁସି ଅନୁଭବ କରିବା ସହିତ ବାଲୁକା କଳା ଶିଳ୍ପୀ ମାନଙ୍କୁ ପ୍ରଶଂସା କରିଥିଲେ।ସ୍ଥାନୀୟ ପଞ୍ଚାୟତ, ବ୍ଲକ ପ୍ରଶାସନ,ପୋଲିସ,ମନ୍ଦିର ପୂଜକ ଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଥିଲା। ଅଗ୍ନିଶମ ବିଭାଗ ପକ୍ଷରୁ ସମୁଦ୍ର ଉପକୂଳରେ ଲାଇଫ ଗାର୍ଡ ମୁତୟନ ହୋଇଥିଲେ। ଅସ୍ତରଙ୍ଗ ଠାରୁ ମେଳା ସ୍ଥାନ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ କରାଯାଇଥିଲା।ପୀର ବାବାଙ୍କୁ ଦର୍ଶନ କରିବା, ସମୁଦ୍ର ରେ ସ୍ନାନ କରିବା, ମେଳା ରେ ଚଟ ପଟି ଖାଦ୍ୟ ଖାଇବା ସାଙ୍ଗକୁ ଘର କରଣା ସାମଗ୍ରୀ, ପିଲାଙ୍କ ପାଇଁ ଖେଳନା କିଣିବା ପାଇଁ ଜାହାନିଆଁ ଠାରେ ପ୍ରବଳ ଜନ ସମାଗମ ହୋଇଥିଲା। ଦୁଇଦିନ ଧରି ଅସ୍ତରଙ୍ଗ ଅଞ୍ଚଳ ଚଳ ଚଞ୍ଚଳ ହୋଇ ପଡ଼ିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ