ଦାରିଙ୍ଗବାଡ଼ି ଡୁଲୁରି ଠାରେ ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଂଘର ସାଙ୍ଗଠନିକ ବୈଠକ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):ଓଡ଼ିଶାର କାଶ୍ମୀର ରୂପେ ପରିଚିତ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଠାରେ ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଂଘର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ସଭାରେ ରୁଦ୍ରରାଜ ବାଗ ଅତିଥିଙ୍କୁ ସ୍ୱାଗତ କରିଥିବା ବେଳେ, ସଂଘ ସଭାପତି ଲୋକନାଥ ମହାପାତ୍ର ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବରେ ବୈଠକର ପର୍ଯ୍ୟବେକ୍ଷକ ତଥା କନ୍ଧମାଳ ଜ଼ିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ସନ୍ତୋଷ କୁମାର ଦାଶ , ସମ୍ମାନୀୟ ଅତିଥି ଭାବରେ ଉତ୍କଳ ସାମ୍ବାଦିକ ସଂଘ ଉପ-ସଭାପତି ତଥା ଦାରିଙ୍ଗବାଡ଼ି ପ୍ରେସ କ୍ଲବ ସଭାପତି ପ୍ରେମଚାନ୍ଦ ସିଂ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସହିସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଈଟିଭି ଜିଲ୍ଲା ପ୍ରତିନିଧି ମୋତିଲାଳ ବାଗ , ଜ଼ିଲ୍ଲା ଉପସଭାପତି ଅଜିତ ଯୋଶୀ ଯୋଗଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ। ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ ମିଳିମିଶି ସମାଧାନ କରାଯିବ, ସେ ନେଇ ଅତିଥି ମାନେ ବକ୍ତବ୍ୟ ରଖିଥିଲେ।ଏନଜେଡଏସଏସ ର ନିମନ୍ତ୍ରଣ କ୍ରମେ ନୂଆପଡା ଜିଲ୍ଲା ପ୍ରେସ କ୍ଲବ ତରଫରୁ ସାମ୍ବାଦିକ କୁନାଲ ଚରଣ ବେହେରା ଯୋଗଦେଇ ମତାନ୍ତର ଓ ମନାନ୍ତର ଭୁଲି ସମସ୍ତ ସାମ୍ବାଦିକ ଏକତ୍ର କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଆସନ୍ତା ୨୦୨୩ ରେ ସଂଘର ବାର୍ଷିକ ଉତ୍ସବ ସହିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆୟୋଜନ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା। ଶେଷରେ ଅଜିତ ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ