ମାନସିକ ଚାପରେ ଚକଡ଼ା କ୍ଷେତ ରେ ନିଆଁ ଲଗାଇଲେ ଚାଷି

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ମାନସିକ ଭାରସାମ୍ୟ ହରାଇ ନିଜର ସୁନାର ଫସଲ କୁ ନିଜ ହାତରେ ନିଆଁ ଲଗେଇ ଦେଲେ ଜଣେ ଚାଷୀ। ଏମିତି ଘଟଣା ଦେଖିବାକୁ ମିଳିଛି କୋକସରା ବ୍ଲକ ବରାଡୋଙ୍ଗା ପଞ୍ଚାୟତ ର ଶିଉନି ଗ୍ରାମରେ। ଏହି ଗ୍ରାମର ଜଣେ ଛୋଟ ଚାଷି ପୃଥିରାଜ ବେହେରା ନିଜ ୩ ଏକଡ଼ ଚାଷ ଜମି ମଧ୍ୟରୁ ପ୍ରାୟ ୧ ଏକଡ଼ ଚାଷଜମି ଚକଡ଼ା ରେ ସମ୍ପୂର୍ଣ୍ଣ ନଷ୍ଟ ହେବା ଦେଖି ମାନସିକ ଭାରସାମ୍ୟ ହରାଇ ସୋମବାର ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣା ଦେଖି ସ୍ଥାନୀୟ ବରା ଡୋ ଙ୍ଗା ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ ପଞ୍ଚାୟତ କୃଷି କର୍ମଚାରୀ ଅଜିତ କୁମାର ସାହୁ ସମେତ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଜିଲ୍ଲା କୃଷି ଅଧିକାରୀ ଜେ ସୂର୍ଯ୍ୟ ରାଓ,କୋକସରା କୃଷି ଅଧିକାରୀ ହେମାନନ୍ଦ ମାଝୀ ,ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା,କୋକସରା ବିଡ଼ିଓ ଉତ୍ତମ କୁମାର ବାଗ ,ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ପହଞ୍ଚି ନିଆଁ ଲାଗିଥିବା ଚାଷଜମି ଦେଖିବା ସହ ଚାଷି ଙ୍କୁ ଭେଟି ସମସ୍ତ ଘଟଣା ଉପରେ ଆଲୋଚନା କରିଥିଲେ। ତେବେ କୃଷି କର୍ମଚାରୀ ଙ୍କ ପରାମର୍ଶ ରେ ଚକଡ଼ା ରୋଗ ପ୍ରତିହତ ପାଇଁ ବିଭିନ୍ନ କୀଟନାଶକ ପ୍ରଯୋଗ ପରେ ମଧ୍ୟ କୌଣସି ଫଳପ୍ରଦ ନ ହେବା କାରଣରୁ ନିରାଶ ହୋଇ ନିଆଁ ଲଗେଇ ଦେଇଥିବା କହିଛନ୍ତି। ବରାଡୋଙ୍ଗା ପଞ୍ଚାୟତ ର ୧୦୦ ରୁ ଉର୍ଦ୍ଧ୍ବ ଚାଷି ଙ୍କ ୧୨୦ ହେକ୍ଟର ଚାଷଜମି ଚକଡ଼ା ପ୍ରଭାବିତ ହୋଇଥିବା ନେଇ କୃଷି କର୍ମଚାରୀ ସୁଚନା ଦେଇଛନ୍ତି । ବିଭାଗ ତରଫରୁ ଚାଷୀ ମାନଙ୍କୁ ସଚେତନ ମଧ୍ୟ ପୂର୍ବରୁ କରିଥିବା ନେଇ କୃଷି କର୍ମଚାରୀ କହିଛନ୍ତି। ସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିବା ଜିଲ୍ଲା କୃଷି ଅଧିକାରୀ ରାଓ ଙ୍କ ପ୍ରତିକ୍ରିୟା ନେବାରୁ ଚାଷି ଙ୍କୁ ସଚେତନ କରାଯାଇଛି। ତେବେ ଏଭଳି ହତାଶ ହୋଇ ଧାନ ଚାଷ ରେ ନିଆଁ ଲଗାଇବା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି। କୃଷି ବିଭାଗ ର ସରକାରୀ ନିୟମ ଅନୁସାରେ ଯାହା କ୍ଷତିପୂରଣ ରହିଛି ତାହା ଯୋଗାଇ ଦିଆଯିବ ବୋଳି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ