ପତିତ ପାବନ ପଦଯାତ୍ରା ଅନୁଷ୍ଠିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ସହରର ତାଡେପଲ୍ଲୀ ସାହି ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ ତାରାତାରିଣୀଙ୍କ ପୀଠ ଯାଏଁ ଏକ ଆଧ୍ୟାତ୍ମିକ ପଦଯାତ୍ରାର ଆୟୋଜନ କରାଯାଇଛି। ୧୯୭୭ ମସିହାରେ ଏହି ମନ୍ଦିର ପକ୍ଷରୁ ପୁରୀ ଶ୍ରୀମନ୍ଦିର ପର୍ଯ୍ୟନ୍ତ ହୋଇଥିବା ଐତିହାସିକ ପତିତ ପାବନ ପଦଯାତ୍ରାର ସ୍ମରଣପୂର୍ବକ ଆୟୋଜିତ ଏହି ପଦଯାତ୍ରାରେ ଶତାଧିକ ପୁରୁଷ ଓ ମହିଳା ଭକ୍ତ ସାମିଲ ହୋଇଛନ୍ତି। ପ୍ରତ୍ୟୁଷରୁ ଛତ୍ରପୁରର ଜଗନ୍ନାଥ ମନ୍ଦିର ଠାରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ଜଗନ୍ନାଥଙ୍କ ମୂର୍ତ୍ତି ଥିବା ଏକ ରଥକୁ ଭକ୍ତମାନେ ଟାଣି ନେଇଥିଲେ। ଚଳିତ ବର୍ଷ ୫ମ ଥର ପାଇଁ ଏଭଳି ଯାତ୍ରାର ଆୟୋଜନ କରାଯାଇଥିବା ବେଳେ ପୂର୍ବରୁ ୧୯୮୦ ରେ ପୁରୀ, ୧୯୮୫ରେ କଣ୍ଟିଲୋ, ୨୦୧୯ରେ ପଞ୍ଚମା କୁ ଏଭଳି ଯାତ୍ରାର ଆୟୋଜନ ହୋଇଥିଲା। ୩୦ କିମିର ଏହି ପଦଯାତ୍ରା ବେଳେ ରାମଚଣ୍ଡୀ, ଆଲିଆବାଦ, କରପଡା, ମୁନିସିପେଣ୍ଠ, ମାଧପୁର ଶ୍ୟାମାକାଳୀ ଯୁବକ ସଂଘ ଓ ଗୋବା ଗ୍ରାମ ଠାରେ ଯାତ୍ରାକୁ ସମ୍ବର୍ଦ୍ଧିତ କରା ଯାଇଥିଲା। ମନ୍ଦିର ପରିଚାଳକ ଜଗବନ୍ଧୁ ପାଣିଗ୍ରାହୀ, ଆଦିକନ୍ଦ ପାଣିଗ୍ରାହୀଙ୍କ ସମେତ ସୁଧୀର ରଥ, ପ୍ରଭାକର ରାଓ, ବିଜୟ ମହାରଣା, ଶ୍ରୀକାନ୍ତ ମହାନ୍ତି, ଜଗଦୀଶ ରାଓ, ଭାଗବତ ମହାପାତ୍ର, କୃଷ୍ଣଚନ୍ଦ୍ର ମହାପାତ୍ର, ମନୋରଞ୍ଜନ ସେନାପତି, କୃଷ୍ଣଚନ୍ଦ୍ର ସାହୁ, ବିବେକ ପଟ୍ଟନାୟକ, କେଦାର ରାଜୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ