ଫୁଟବଲ ଖେଳାଳୀ ସୁବାସ ପଟ୍ଟନାୟକଙ୍କ ସ୍ମୃତିସଭା
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଓରାଳି ଠାରେ ପୁର୍ବତନ ଫୁଟବଲ ଖେଳାଳୀ ସୁବାସ ପଟ୍ଟନାୟକଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ବାଇଧର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ସଦସ୍ୟ ବିମଳ ଚନ୍ଦ୍ର ଜେନା, ମୁକ୍ୟ ବକ୍ତା ଭାବେ କବି ତଥା ବରିଷ୍ଠ ସାମ୍ବାଦିକ ନୃଷିହଂ ନାଥ ସିଂହ, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ଚନ୍ଦ୍ରମଣୀ ସାହୁ, କବୟତ୍ରୀ ହାସ୍ୟମୟୀ ରାଜ, ଅଧ୍ୟାପକ ତପନ ମଜମୁଦାର ପ୍ରମୁଖ ଯୋଗଦେଇ ସୁବାସ ବାବୁଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ ସମ୍ପର୍କରେ ନିଜ ନିଜର ମତବ୍ୟକ୍ତ କରିବା ସହିତ ସ୍ମୃତିଚାରଣ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୁର୍ବତନ ପିସିସି ସଭାପତି ଜୟଦେବ ଜେନା, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ପୁର୍ବତନ ବିଧାୟକ ମାୟାଧର ଜେନା, ପୁର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ଜିଲ୍ଲାପରିଷଦ ବିମ୍ବାଧର ବିଶ୍ୱାଳ, ପୁର୍ବତନ ସରପଞ୍ଚ ଅରୁଣ କୁମାର ପ୍ରଧାନ, ବର୍ତ୍ତମାନର ସରପଞ୍ଚ ହରିଶ୍ଚନ୍ଦ୍ର ଜେନା, ମାର୍କଣ୍ଡ ଚରଣ ଓଝା, ବିନୋଦ କୁମାର ରାଉତ, ପୁର୍ବତନ ସରପଞ୍ଚ ଆନନ୍ଦ ମହାନ୍ତି, ଶ୍ରୀଧର ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇ ସୁବାସ ବାବୁଙ୍କ ସ୍ମୃତିଚାରଣ କରିଥିଲେ । ବାବୁ ପଟ୍ଟନାୟକ, ସୁବ୍ରତ ପଟ୍ଟନାୟକ, ସଞ୍ଜୟ ପଟ୍ଟନାୟକ, ଶ୍ରବଣ ପଟ୍ଟନାୟକ, ବିଶିଷ୍ଟ ଶିଳ୍ପପତି ଜିତେନ୍ଦ୍ର କୁମାର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶହଶହ ଓରାଳି ଗ୍ରାମବାସୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।


