ଦୁଇ ମହିଳା ବିଜେଡି ନେତ୍ରୀଙ୍କୁ ସମ୍ବର୍ଦ୍ଧନା
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲାର ନବ ନିଯୁକ୍ତ ବିଜେଡି ମହିଳା ସମ୍ପାଦିକା ସଞ୍ଜୁଲତା ମଲ୍ଲିକ ଓ ହାଟଡିହି ବ୍ଲକ ମହିଳା ବିଜେଡି ଉପସଭାନେତ୍ରୀ ତଥା ସରପଞ୍ଚ ମଧୁମିତା ସ୍ୱାଇଁଙ୍କୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶାସଙ୍ଗ ପଞ୍ଚାୟତର ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ପଞ୍ଚାୟତ ବିଜେଡି ସଭାପତି ଇଂ ରବିନ୍ଦ୍ର କୁମାର ସାହୁ, ସମିତସଭ୍ୟ ଜଗଦନେନ୍ଦ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ଦୁଇ ନାରୀନେତ୍ରୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ମହିଳା ମାନଙ୍କୁ ସୁସଂଗଠିତ କରି ବିଜେଡିକୁ ଆଗେଇ ନେବାରେ କାର୍ଯ୍ୟକରିବାକୁ ଆହ୍ୱାନ ଦେଇଥିଲେ । ସେହିପରି ନାରୀନେତ୍ରୀ ଦ୍ୱୟ ତାଙ୍କୁ ଏପରି ପଦବୀ ମିଳିଥିବାରୁ ସେ ରାଜ୍ୟ ବିଜେଡିର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ପଞ୍ଚାୟତ ବିଜେଡି ସଭାପତି ଇଂ ରବିନ୍ଦ୍ର କୁମାର ସାହୁଙ୍କୁ କୃତଜ୍ଞତା ଜଣାଇବା ସହିତ ତାଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଛି ତାହାକୁ ସେ ପୁରଣ କରିବେ ବୋଲି କହିଛନ୍ତି । ଏହି ସମ୍ବର୍ଦ୍ଧନା ସଭାରେ ଶତାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ପଞ୍ଚାୟତ ବିଜେଡି କର୍ମୀମାନେ ଯୋଗଦେଇଥିଲେ ।


