ମା ମଙ୍ଗଳା ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ
ହାଟଡିହି (ଓ୍ବାଇଏନଏସ): ଛେନାପଦି ଗ୍ରାମର ମା ଥାନପତି ମନ୍ଦିର ପୂଜା କମିଟି ଓ ମା ମଙ୍ଗଳା ମନ୍ଦିର ପରିଚାଳନା କମିଟି ପକ୍ଷରୁ ମା’ମଙ୍ଗଳା ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନ ଧରି ଚାଲିଥିବା ଏହି ବାର୍ଷିକ ଉତ୍ସବ ପାଇଁ ଗତକାଲି ଅଧିବାସ ଓ ଅଙ୍କୁରାରୋପଣ ଓ କଳଶ ଯାତ୍ରା, କରାଯିବା ସହ ଆଜି ହୋମଯାଜ୍ଞ କରାଯାଇ ଅପରାହ୍ନ ରେ ପୂର୍ଣ୍ଣାହୁତୀ ପ୍ରଦାନ କରାଯାଇ ଥିଲା। ଚୈତନ ଚରଣ ସା, ଶାନ୍ତିଲତା ସା କର୍ତ୍ତା ଭାବେ ପୂଜା କାର୍ଯ୍ୟରେ ସାମିଲ ହୋଇଥିବା ବେଳେ ପଣ୍ଡିତ ଗୋପି ରଞ୍ଜନ ପାଣିଗ୍ରାହୀ, ନାରାୟଣ ତ୍ରିପାଠୀ, ଚିନ୍ତାମଣି ପଣ୍ଡା, ଶିବପ୍ରସାଦ କରଙ୍କ ବେଦମନ୍ତ୍ରରେ ପୂଜା କାର୍ଯ୍ୟ ସମ୍ପାଦନ ହୋଇଥିଲା। । ଏହି ବାର୍ଷିକ ଉତ୍ସବରେ ଅସିଆ, ବଡ଼ତୀରା, ଛେନାପଦି, ଗଳିଗୋପାଳପୁର, ମଠ, ଶାସଙ୍ଗ, ଅଣା ଆଦି ଗ୍ରାମର ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ସନ୍ଧ୍ୟାରେ ଓଡିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ଦ୍ୱାରା ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଛି। ମନ୍ଦିର କମିଟି ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇ ଥିଲା।


