ସୋସୋ ସମବାୟ ସମିତିରେ ଧାନକିଣା ପ୍ରସ୍ତୁତି ବୈଠକ
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍): ସମଗ୍ର ରାଜ୍ୟରେ ସରକାରୀ ମଣ୍ଡି ମାନଙ୍କରେ ଧାନ କିଣାକୁ ନେଇ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଥିବାବେଳେ ଟୋକନ ବ୍ୟବସ୍ଥା ଉଚ୍ଛେଦକୁ ନେଇ ଆଲୋନ୍ଦାଳନ ଜାରି ରହିଥିବାବେଳେ ସୋସୋ ସମବାୟ ସମିତି ପକ୍ଷରୁ ସୁଚାରୁରୁପେ ଧାନ କିଣାକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ଗୋବିନ୍ଦ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଗ୍ରାମ୍ୟ କୃଷିକର୍ମଚାରୀ କାବେରୀ ମହାପାତ୍ର, ରାଜସ୍ୱ ନିରୀକ୍ଷକ ମନୋଜ ସାହୁ, ସୋସୋ ପଞ୍ଚାୟତର ନିର୍ବାହୀ ଅଧିକାରୀ ଅମିୟ ମାଝୀ, ସୋସୋ ସରପଞ୍ଚ କାଞ୍ଚନ ନାଇକ, ବାଲିବରେଇ ସରପଞ୍ଚ ପ୍ରତିଭା ନାୟକ, ସୋସୋ ନାଏବ ସରପଞ୍ଚ ବେଣୁଧର ବିନ୍ଧାଣୀ ପ୍ରମୁଖ ଯୋଗଦେଇ ସରକାରଙ୍କ ଧାନ କିଣା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ସମ୍ପାଦକ ସୁରେନ୍ଦ୍ର କୁମାର ପତି ସମିତିରେ ଚଳିତବର୍ଷ ୧୦୮୦ଜଣ ଚାଷୀ ନାମପଞ୍ଜିକୃତ କରିଥିବାବେଳେ ଦୁଇଟି ପର୍ଯ୍ୟାୟରେ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ପରାମର୍ଶ ଦେଇôତଲେ । ପ୍ରଥମ ପର୍ଯ୍ୟୟରେ ୫୦୮ଜଣ ଚାଷୀଙ୍କ ନାମ ସରକାରଙ୍କ ପାଖକୁ ପଠାଯାଇଥିଲା । ପ୍ରତ୍ୟେକ ଚାଷୀ ଥରକେ ୭୦କୁଇଣ୍ଟାଲ ଧାନ ବିକ୍ରୀକରିପାରିବେ ବୋଲି ନିଷ୍ପତି ହୋଇଥିଲା । ଡିସେମ୍ବର ପ୍ରଥମ ସପ୍ତାହରେ ଧାନ କିଣାଯିବା ସହିତ ଚାଷୀମାନେ ଯେପର କୌଣସି ପ୍ରକାର ଅସୁବିଧା ନଭୋଗନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଚାଷୀ ନିତ୍ୟାନନ୍ଦ ସିଂ, ବୈଲୋଚନ ନାୟକ, ବିକ୍ରମ ବିଶ୍ୱାଳ, ନରୋତ୍ତମ ସତପଥି, ଶତୃଘ୍ନ ପାତ୍ର, ନରେନ୍ଦ୍ର ନାୟକ, ରାଜୁ ସିଂ, ବିକାଶ ବଳ, ରମାକାନ୍ତ ସିଂ, ପ୍ରତ୍ୟୁଷ ମହାନ୍ତି, ବିନୋଦ ସିଂ, ନରହରି ରାଉତ, ଭଗବାନ ରାଉତ, ସନ୍ୟାସୀ ମଲ୍ଲିକ, ସୁବୋଧ ସାହୁ, ଗଜେନ୍ଦ୍ର ବେହେରା, ପୁରସ୍ତମ ରାଉତ, ନାରାୟଣ ବିଶ୍ୱାଳ, ସୁଦର୍ଶନ ନାୟକ, ଗୌରାଙ୍ଗ ପହ. ଭରତ ରାଉତ, ମନ୍ଦରଧର ସାମଲ, ରମାକାନ୍ତ ପରିଡା, ଲକ୍ଷ୍ମଣ ମହାପାତ୍ର ପ୍ରମୁଖ ଚାଷୀମାନେ ଯୋଗଦେଇଥିଲେ ।


