ଦିଗପହଣ୍ଡି ବ୍ଲକ ନିର୍ବାଚିତ ପ୍ରତିନିଧି ସଂଘ ଗଠିତ 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ସରପଞ୍ଚ, ଜିଲା ପରିଷଦ ସଦସ୍ୟ ଓ ସମିତି ସଭ୍ୟ ମାନଙ୍କୁ ନେଇ ନିର୍ବାଚିତ ଜନ ପ୍ରତିନିଧି ସଂଘ ଗଠନ କରାଯାଇଛି।ଘୋଡ଼ାହାଡ଼ ଡ଼୍ୟାମ ଡାକ ବଙ୍ଗଳା ଠାରେ ଦିଗପହଣ୍ଡି ବିଧାୟକ ତଥା ପୂର୍ବତନ ବାଚସ୍ପତି ଡ଼. ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ପ୍ରତିନିଧି ବି. ଶଙ୍କର ନାରାୟଣ ସୁବୁଦ୍ଧି ଙ୍କ ଉପସ୍ଥିତି ରେ ଶୁକ୍ରବାର ଆୟୋଜିତ ବୈଠକରେ ବିଭିନ୍ନ ପଞ୍ଚାୟତ ର ନିର୍ବାଚିତ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ। କୈଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ ଙ୍କୁ ସଂଘର ସଭାପତି ରୂପେ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିବା ବେଳେ ଉପସଭାପତି – ଏମ୍.ଶ୍ୟାମଘନ,ସମ୍ପାଦକ – ସନ୍ତୋଷ କୁମାର ଦୋରା, ସହ – ସମ୍ପାଦକ – ରବିଚନ୍ଦ୍ର ଗୌଡ଼ ଏବଂ ଟୁଲୁ ଜେନା ଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା। ସଂଘର ଉପଦେଷ୍ଟା ଭାବେ ବି.କ୍ରିଷ୍ଣାରାଓ ସୁବୁଦ୍ଧି,ଏମ.ନିରଞ୍ଜନ ରେଡ୍ଡୀ,ପ୍ରଶାନ୍ତ କୁମାର ପ୍ରଧାନ, ବିଜୟ କୁମାର ପ୍ରଧାନ,ବିଶ୍ଵନାଥ ପ୍ରଧାନ ଏବଂ ରାଧାକାନ୍ତ ମହାଙ୍କୁଡ ଙ୍କୁ ମନୋନୀତ କରାଯାଇଥିଲା। ବୈଠକରେ ନିର୍ବାଚିତ ପଞ୍ଚାୟତ ଜନ ପ୍ରତିନିଧି ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ବିଧିବଦ୍ଧ ଭାବେ ପ୍ରସ୍ତାବ ଗୃହୀତ କରାଯାଇଥିଲା। ଏହି ବୈଠକରେ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ସୁନିତା କୁମାରୀ ସେଠୀ, ଉପାଧ୍ୟକ୍ଷା ସୁକାନ୍ତି କୁମାର ପ୍ରଧାନ, ପୂର୍ବତନ ଜିଲା ପରିଷଦ ସଦସ୍ୟ  କୃଷ୍ଣଚନ୍ଦ୍ର ସେଠୀ, ଦିଲ୍ଲୀପ କୁମାର ହୋତା, ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ, ଚିତ୍ରସେନ ଗୌଡ଼ ଙ୍କ ସମେତ ବହୁ ସଂଖ୍ୟକ ସରପଞ୍ଚ ସମିତିସଭ୍ୟ   ଉପସ୍ଥିତ ଥିଲେ। ଶେଷରେ ଗଡ ଗୋବିନ୍ଦପୁର ପଞ୍ଚାୟତ ସରପଞ୍ଚ ରଞ୍ଜନ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ