କୋଣାର୍କ ସୂର୍ଯ୍ୟ ମନ୍ଦିର ରେ ପାଳିତ ହୋଇଛି ବିଶ୍ୱ ଐତିହ୍ୟ ସପ୍ତାହ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଆଜି ଠାରୁ ସାତ ଦିନ ଧରି ପାଳିତ ହେବ ବିଶ୍ୱ ଐତିହ୍ୟ ସପ୍ତାହ।ସମସ୍ତ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ ମାନଙ୍କ ରେ ଏହି ଦିବସ ପାଳନ ହେଉଥିବା ବେଳେ କୋଣାର୍କ ସୂର୍ଯ୍ୟ ମନ୍ଦିର ରେ ମଧ୍ୟ ଏହାକୁ ପାଳନ କରାଯାଇଛି। ଏ ଏସ୍ ଆଇ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସୂର୍ଯ୍ୟ ମନ୍ଦିର କୁ ଆଜି ପ୍ରବେଶ ଶୁଳ୍କ ଛାଡ଼ ଥିବା ବେଳେ ପର୍ଯ୍ୟଟକ ମାନେ ବିନା ଟିକେଟ ରେ ସୂର୍ଯ୍ୟ ମନ୍ଦିର ବୁଲିବାର ସୁଯୋଗ ପାଇଛନ୍ତି। ବିଶ୍ୱ ଐତିହ୍ୟ ଦିବସ ଅବସରରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ସୂର୍ଯ୍ୟ ମନ୍ଦିର ସମ୍ବନ୍ଧିତ ତଥ୍ୟ କୁ ଗ୍ୟାଲେରୀ ମଧ୍ୟରେ ଫଟଚିତ୍ର ମାଧ୍ୟମରେ ପର୍ଯଟକଙ୍କୁ ପ୍ରଦର୍ଶନ କରାଯାଇଥିଲା। ଆଜିର ଦିବସ କୁ କୋଣାର୍କ ନବୋଦୟ ବିଦ୍ୟାଳୟ ର ଅଧକ୍ଷ ନୁସି°ହ ଚରଣ କର ଓ ବରିଷ୍ଠ ସଂସ୍କୃତି ଗବେଷକ ଡ଼ଃ ସୁରେନ୍ଦ୍ର କୁମାର ମିଶ୍ର ଉଦଘାଟନ କରିଥିବା ବେଳେ ଏ ଏସ୍ ଆଇ ର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଏହି ଦିବସ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୨୫ ତାରିଖ ରେ ଶେଷ ହେବ। ଏଥିରେ କୋଣାର୍କ ଅଞ୍ଚଳର ସ୍କୁଲ, କଲେଜର ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଆମ ଐତିହ୍ୟ,କଳାକୁ କିପରି ବଞ୍ଚାଇ ରଖାଯିବା ସହ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ମାନେ ଅଧିକରୁ ଅଧିକ ଆସି ଆମ ଐତିହ ସ୍ଥଳ ବୁଲି ଦେଖିବେ ଓ ଆମ ଐତିହ ସ୍ଥଳରୁ ଯାଇ ଅନ୍ୟ ଦେଶରେ ରହିଥିବା ମୂର୍ତ୍ତି ଗୁଡିକ ଆମ ଦେଶକୁ ଆଣିବା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ବିଦ୍ୟାଳୟର ଛାତ୍ରୀ ଛାତ୍ର ମାନକୁ ନେଇ ଐତିହ ସ୍ଥଳର ବିକାଶ ସମ୍ପର୍କରେ ଏକ ବକ୍ତୃତା ପ୍ରତିଯୋଗୀତା କରାଯାଇ ପୁରସ୍କାର ବିତରଣ କରାଯାଇ ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ