ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବିଶାଳ ରାଲି

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ପ୍ରାୟ ଚାରି ଶହ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଏକ ବିଶାଳ ରାଲି ସ୍ଥାନୀୟ ୟୁ.ବି ହାଇସ୍କୁଲ ଛକରୁ ବାହାରି ଭଞ୍ଜନଗର ସହର ପରିକ୍ରମା କରିବା ସହ ବ୍ଳକ ଏଜୁକେସନ ଅଫିସରେ ପହଞ୍ଚି ପ୍ରାଥମିକ ଶିକ୍ଷକମାନଙ୍କ ନାର୍ଯ୍ୟ ଦାବୀ ସମ୍ବଳିତ ମେମୋରାଣ୍ଡମ ବି.ଇ.ଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ୫ ଟି ସଚିବ, ତଥା ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସଚିବ ଓ ମନ୍ତ୍ରୀଙ୍କ ଉଦ୍ଦେେଶ୍ୟ ରେ ପ୍ରଦାନ ପ୍ରଦାନ କରାଯାଇଛି ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକମାନଙ୍କ ପ୍ରତି ଅବିଚାର କରିଛନ୍ତି ବିଗତ ଚୁକ୍ତି ଭିତ୍ତିକ ପ୍ରଥା ଉଠାଇ ଥିବା ସହ ହାଇସ୍କୁଲ ଶିକ୍ଷକମାନଙ୍କ ପ୍ରତି ଅଯାଚିତ ଭଲପାଇବା ର ସ୍ବରୂପ ଦୁଇଗୁଣା ଦରମା ପ୍ରଦାନ ସହ ରେଗୁଲାର ମାନ୍ୟତା ପ୍ରଦାନ କରିଥିବା ବେଳେ ପ୍ରାଥମିକ ଶିକ୍ଷକମାନଙ୍କୁ ସାବତ ପୁଅ ଚକ୍ଷୁରେ ଦେଖୁଛନ୍ତି ଏବେ ରାଜ୍ୟ ସରକାର ଆର୍ଥିକ ସ୍ବଚ୍ଛଳ ଥିବା ହେତୁ କମ୍ ଟଙ୍କାରେ ଖଟିଥିବା ୨୦୦୧ ମସିହାରୁ ସ୍ବେଚ୍ଛାସେବୀ ଶିକ୍ଷା ସହାୟକ ଓ ପରେ ଶିକ୍ଷା ସହାୟକ ଏବଂ ଜେ.ଟି ରୂପେ ଏ ଯାବତ ନିଯିକ୍ତି ପାଇଥିବା ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ଛଅଟି ଇନକ୍ରିମେଣ୍ଟ ଦେବା ସହ ଏହି ଛଅ ବର୍ଷର ଚୁକ୍ତି ଭିତ୍ତିକ ପିରିୟଡକୁ ମୂଳ ଚାକିରୀରେ ଗଣନା କରି କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ପୁରୁଣା ପେନସନ ପ୍ରଦାନ ଆଦି ଦାବୀ ସମ୍ବଳିତ ମେମୋରାଣ୍ଡମ ପ୍ରଦାନ କରାଯାଇଛି ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘ(ଏନ୍.ପି.ଏସ୍) ର ଆହ୍ବାନ କ୍ରମେ ଭଞ୍ଜନଗର ବ୍ଳକରେ ନିୟୋଜିତ ଚାରି ଶହ ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଆସନ୍ତା ୨୭ ନଭେମ୍ବରୁ ହେଉଥିବା ଅନିର୍ଦ୍ଦିଷ୍ଟ କାଳ ନିମିତ୍ତ ଆନ୍ଦୋଳନରେ ସମୂହ ଛୁଟିରେ ରହିବାକୁ ନିଷ୍ଷତ୍ତି ହୋଇଥିବା ମିଳିତ ଶିକ୍ଷକ ସଂଘର ସଭାପତି ସଞ୍ଜୟ କୁମାର ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ଏହି ରାଲିରେ ସେକ୍ରେଟାରୀ କାଳୀ ଚରଣ ସେଠୀ, ଶିକ୍ଷକ ନେତା ସିଦ୍ଧାର୍ଥ ଶତପଥୀ,ନିର୍ମଳ ସ୍ବାଇଁ,ସନ୍ତୋଷ ରଥ,ବଳରାମ ଦାଶ,ସୁଦାମ ଦଳବରା,ତ୍ରିନାଥ ବେହେରା,ଅବିନାଶ ପଣ୍ଡା, ଶିବାଶିଷ ବେହେରା,ଜଗଦିଶ ନାୟକ,ମନୋଜ ବେହରା ,ପ୍ରଦୀପ ସାସମଲ,ଭକ୍ତବନ୍ଧୁ ବିଷୋୟୀ,ସଙ୍ଗୀତା ପଣ୍ଡା,ମନବିନ ଜେନା,ଦାଶରଥି ବିଷୋୟୀ,ଭଗବାନ ଭୂୟାଁ,ମନ୍ମଥ ବିଷୋୟୀ, ଗଙ୍ଗାଧର ପଣ୍ଡା, ମନୋଜ ଗୌଡ ପ୍ରମୁଖଙ୍କ ସମେତ ସମସ୍ତ କୋର କମିଟି ନେତୃ ମଣ୍ଡଳୀ ,ସି.ଆର୍.ସି.ସି , କ୍ଳଷ୍ଟର ସେକ୍ରେଟାରୀମାନେ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ