ଡିସେମ୍ବର ୪ରୁ ରାଜ୍ଯସ୍ତରୀୟ ବାରବାଟି କପ କ୍ରିକେଟ
ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡା ଠାରେ ରାଜ୍ୟ ସ୍ତରୀୟ ବାରବାଟି କପ ତଥା ଦ୍ବିତୀୟ ଟୁବୁଲି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆସନ୍ତା ଡିସେମ୍ବର ୪ ତାରିଖରେ ଉଦଘାଟିତ ହୋଇ ଡିସେମ୍ବର ୧୧ ତାରିଖରେ ଉଦଯାପିତ ହେବ ବୋଲି ସାଇଲୋଟସ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ.ପି.ଫାଉଣ୍ଡେସନର ମୁଖ୍ୟ ଶ୍ଵେତପର୍ଣ୍ଣ ରାୟ ମହାପାତ୍ର, ହିମାଂଶୁ ଶେଖର ମହାନ୍ତି,ହିମାଦ୍ରି ଶେଖର ମହାନ୍ତି ଓ ଅୟେଶ କାନ୍ତ ମିଶ୍ର ପ୍ରମୁଖ ପ୍ରକାଶ କରିଛନ୍ତି।୪ତାରିଖରେ ଭୁବନେଶ୍ୱରର ରାମେଶ୍ବର ବନାମ ପାରାମାଉଣ୍ଟ,୫ରେ କଟକର ନିମପୁର ବନାମ ଖୋର୍ଦ୍ଧା,୬ରେ ଭୁବନେଶ୍ୱରର ଏମ.ସି.ସି ବନାମ କଟକର ରାଇଜିଙ୍ଗ ଷ୍ଟୁଡେଣ୍ଟ,୭ରେ ଭୁବନେଶ୍ଵରର ପ୍ରଗତି ବନାମ କଟକର ଜୁଭେନାଇଲ,୮ରେ ପ୍ରଥମ ସେମିଫାଇନାଲ,୯ରେ ଦ୍ବିତୀୟ ସେମିଫାଇନାଲ,୧୦ରେ ଏକ ପ୍ରଦର୍ଶନୀ ମ୍ୟାଚ୍ ଓ ୧୧ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ପ୍ରତ୍ୟେକ ମ୍ୟାଚ ୩୦ ଓଭର ବିଶିଷ୍ଟ ହେବ ଏବଂ ଖେଳାଳୀ ମାନେ ରଙ୍ଗୀନ ପୋଷାକ ଓ ଧଳା ବଲ ବ୍ୟବହାର କରିବେ।ଅନେକ ଖେଳାଳୀ,ପୂର୍ବତନ ଖେଳାଳୀ ଓ ଅମ୍ପାୟାର ମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହିତ ପ୍ରତ୍ୟେକ ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ,ମ୍ୟାନ ଅଫ ଦି ସିରିଜ,ଶ୍ରେଷ୍ଠ ବ୍ୟାଟର ଏବଂ ଶ୍ରେଷ୍ଠ ବୋଲର ପୁରସ୍କାର ଦିଆଯିବ।ବିଜେତା ଦଳକୁ ସୋମନାଥ ଏଣ୍ଟରପ୍ରାଇଜରସ୍ ପ୍ରଦତ୍ତ ଟ୍ରଫି ସହିତ ୪୦ ହଜାର ଟଙ୍କା ଓ ଉପବିଜେତା ଦଳକୁ ଏସ.ପି ଫାଉଣ୍ଡେସନ ପ୍ରଦତ୍ତ ଟ୍ରଫି ସହିତ ୩୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଆୟୋଜକ ମାନେ ପ୍ରକାଶ କରିଛନ୍ତି।


