ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୯୭ତମ ଜୟନ୍ତୀ ପାଳିତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ସ୍ଥନୀୟ ଶ୍ରୀ ସତ୍ୟସାଇ ସେବା ସମିତି ରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୯୭ତମଜନ୍ମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃରେ ଓଁକାରମ,ସୁପ୍ରଭାତମ.ନଗରସଙ୍କିର୍ତ୍ତନ କରାଯିବ ପରେ ମନ୍ଦିର ପରିସର ସଫେଇ,ସକାଳ ୮ଟା୩୦ମିନଟରେ ପ୍ରଶାନ୍ତି ପତାକା ଉତ୍ତୋଳନ,ଷୋଡଶୋପଚାର ପୁଜା ଓ ହୋମ କରାଯାଇଥିଲା । ସୁସଜ୍ଜିତ ରଥରେ ବାବାଙ୍କ ବିଗ୍ରହ ରଖି ସାଇ ଭଜନ ଗାନ କରି ନଗର ପରିକ୍ରମା କରାଯଇଥିଲା । ପ୍ରସାଦ ସେବନ କରିବା ପରେ ଜରାଶ୍ରମରେ ଖାଦ୍ୟ ବଣ୍ଟନ ସହ ନାରାୟଣ ମାନଙ୍କୁ ପ୍ରାସଦ ଦେବା ସହ ବସ୍ତ୍ର ବଣ୍ଟନ କରାଯାଇଥିଲା । ଅପରାହ୍ନରେ ଲଡୁ ଓବାବାଙ୍କ ଫୋଟ ସମସ୍ତ ଦୋକାନ ମାନଙ୍କୁ ବଣ୍ଟନ କରାଯାଇଥିଲା । ସନ୍ଧ୍ୟା ୫ଟାରେ ସାମୁହିକ ଲିଖିତ ଜପ ଲେଖିବା ପରେ ଭଜନ ଓ ସାଇଝୁଲା ସହ ସତସଙ୍ଗ କାଯ୍ୟକ୍ରମରେ କରାଯାଇଥିଲା ,ବାଳବିକାଶ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଶେଷରେ ମଙ୍ଗଳ ଆରତୀ କରା୍ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସତ୍ୟସାଇ ସେବା ସଂଗଠନର ଜିଲ୍ଲା ସଭାପତି ଡ ମଧୁସୁଦନ ମହାପାତ୍ର,ସମିତି ଆବାହାକ ସୁରେନ୍ଦ୍ର ନାଥ ସାହୁ ସମେତ ବହୁ ସାଇଆଶ୍ରିତ ମାନେ ନିଜକୁ ନିୟୋଜିତ କରିଥିଲେ ।


