ବିଶିଷ୍ଟ ସମାଜସେବୀ ରଙ୍ଗାଧର ଦେବତାଙ୍କ ପରଲୋକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ବିଶିଷ୍ଟ ସମାଜସେବୀ ତଥା ପନ୍ଦାଡୋ ଅଞ୍ଚଳର ମୁରବୀତୁଲ୍ୟ ବ୍ୟକ୍ତି ଭାବେ ଜଣାଶୁଣା ରଙ୍ଗାଧର ଦେବତାଙ୍କ ୯୪ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ବିଶିଷ୍ଟ ସମାଜସେବୀ ତଥା ଧର୍ମପରାୟଣ, ଓ ପରୋପକାରୀ ବ୍ୟକ୍ତି ଥିଲେ । ସେ ଏ ଅଞ୍ଚଳରେ ଗଢ଼ି ଉଠିଥିବା ବିଭିନ୍ନ ଧାର୍ମିକ ଓ ସାମାଜିକ ଅନୁଷ୍ଠାନରେ ନିଜକୁ ନିୟୋଜିତ କରିଥିଲେ । ତାଙ୍କ ପରଲୋକ ଖବରପାଇ ପୁର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଶିଷ୍ଟ ଶିଳ୍ପପତି ଅଲେଖ ମଲ୍ଲିକ, ପନ୍ଦାଡୋ ପଞ୍ଚାୟତର ସରପଞ୍ଚ ସଶ୍ମିତା ଓଝା, ସମିତିସଭ୍ୟ ଅନିରୁଦ୍ଧ ବେହେରା,ନିକୁଞ୍ଜ ବିହାରୀ ଓଝା, ନାରାୟଣ ଜେନା, ବିଜେପି ନେତା ଆଲୋକ ସେଠୀ, ସୁରେନ୍ଦ୍ର ରାଉତ, କୁଳମଣି ରାଉତ, ବିଶ୍ୱନାଥ ଜେନା, ନରହରି ମଲ୍ଲିକ, ଗୋଲେଖ ବିହାରୀ ରାଉତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଯାଇ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବଡପୁଅ ହିମାଶୁଂ ଶେଖର ଦେବତା ମୁଖାଗ୍ନି ଦେଇଥିବାବେଳେ ସାନପୁଅ ସୁଧାଶୁଂ ଶେଖର ଦେବତା, ଜ୍ୱାଇଁ ଆଇନିଜିବୀ ଆର୍ଯ୍ୟଭଟ୍ଟ ମଇକାପଙ୍କ ସମେତ ପରିବାରବର୍ଗ ଓ ଗ୍ରାମବାସୀମାନେ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ