ଚାରିଛକ ଠାରେ ନିଗମାନନ୍ଦ ଠାକୁର ଙ୍କ ନବ ନିର୍ମିତ ଆଶ୍ରମ ନିର୍ମାଣ
ନିମାପଡ଼ା, (ସନ୍ତୋଷ ଦାଶ) ପୁରୀ ଜିଲ୍ଲାର ଚାରିଛକଠାରେ ଆଜକୁ ୪୫ବର୍ଷ ହେବ ଠାକୁର ନିଗମାନନ୍ଦ ମହାରାଜ ଙ୍କ ଆଶ୍ରମ ପ୍ରତିଷ୍ଠା ହୋଇ ପ୍ରତେହ ନାମ ସଙ୍କୀର୍ତ୍ତନ ଚାଲି ଆସୁଛି। ଏହି ଆଶ୍ରମ ବିରୁତୁଙ୍ଗ କେନ୍ଦ୍ର ଆଶ୍ରମ ର ଶାଖା ଭାବେ ରହି ଆସିଛି।ଏବେ ଏହି ଆଶ୍ରମ ର ନବ ନିର୍ମିତ ଗୃହ ନିର୍ମାଣ ଶେଷ ହେବାକୁ ବସିଥିବା ବେଳେ ଆସନ୍ତା ଡ଼ିସେମ୍ବର ୮ ତାରିଖରେ ଏହା ପ୍ରତିଷ୍ଠା ହେବ ବୋଲି ଠାକୁର ଙ୍କ ଭକ୍ତ ଚନ୍ଦ୍ରକାନ୍ତ ଦଳାଇ ସୂଚନା ଦେଇଛନ୍ତି। ଗଗନ ଚନ୍ଦ୍ର ଦାଶ, ସନାତନ ପାତ୍ର, ଲକ୍ଷ୍ମୀଧର ନାୟକ, ଲକ୍ଷ୍ମୀଧର ମହାନ୍ତି, ନିରଂଜନ ସାହୁ, ରାମଚନ୍ଦ୍ର ଜେନା, ସଚି ପାତ୍ର, ରାମ ଚନ୍ଦ୍ର ସାହୁ , ଚିନ୍ମୟୀ ନାୟକ ପ୍ରମୁଖ ଭକ୍ତ ଗୁରୁ ଭାଇ ମାନଙ୍କ ସାହାଯ୍ୟ ସହଯୋଗ ରେ ଆଶ୍ରମ ର ନବନିର୍ମିତ ଗୃହ ନିର୍ମାଣ ଶେଷ ପର୍ଯ୍ୟାୟ ରେ ପହଞ୍ଚି ଥିବା ବେଳେ ମିସ୍ତ୍ରୀ ଭାବେ ରଞ୍ଜନ ପାତ୍ର ଓ ରଙ୍ଗ ମିସ୍ତ୍ରୀ ଭାବେ ରାଜୁ ସେଠୀ କାର୍ଯ୍ୟ କରୁଛନ୍ତି।


