ଅଙ୍ଗନୱାଡି ଲେଡିଜ ୱାର୍କସ ଆସୋସିଏସନ ପକ୍ଷରୁ ଧାରଣା

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକରେ କାର୍ଯ୍ୟରତ ଅଙ୍ଗନୱାଡି ୱାର୍କର ମାନେ ଆଜି ୮ ଦଫା ଦାବି ନେଇ ନିମାପଡ଼ା ସି ଡି ପି ଓ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଇଥିଲେ ।୨୦୧୮ ଆନ୍ଦୋଳନ ସମୟ ରେ ବହିଷ୍କୃତ ହୋଇଥିବା ୬ ଜଣ ଅଙ୍ଗନୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି ।ଅଙ୍ଗନୱାଡି କର୍ମୀ ମାନଙ୍କୁ ସରକାରୀ କର୍ମଚାରୀ ଭାବେ ମାନ୍ୟତା ।ଅବସର କାଳୀନ ସହାୟତା ୫ ଲକ୍ଷ ସମେତ ମାସକୁ ୫ ହଜାର ଟଙ୍କା ପେନସନ ପ୍ରଦାନ ୫୦ ପ୍ରତିଶତ ଅଙ୍ଗନୱାଡି କର୍ମୀଙ୍କୁ ପଦୋନ୍ନତି ଦିଆଯାଉଥିବା ବେଳେ ଆଉ ୫୦ ପ୍ରତିଶତ ସ୍ମାତକ ଓ ତଦୁର୍ଦ୍ଧ ଅଙ୍ଗନୱାଡି କର୍ମୀ ମାନଙ୍କୁ ସୁପର ଭାଇଜର ପଦବୀରେ ପଦୋନ୍ନତି ଦେବା ପ୍ରମୁଖ ଦାବି ନେଇ ଧାରଣା ଦେଇଥିଲେ । ସାଧାରଣ ସମ୍ପାଦିକା ଝୁନୁପମା ଶତପଥୀ ଙ୍କ ନେତୃତ୍ୱରେ ପ୍ରାୟ ୨୦୦ ରୁ ଉର୍ଦ୍ଧ କର୍ମୀ ଓ ସହାୟିକା ଧାରଣାରେ ବସିଥିଲେ ।ଏକ ଦାବିପତ୍ର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ବିଡ଼ିଓ ଙ୍କୁ ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ