ଆପ ପକ୍ଷରୁ ସାଂଗଠନିକ ବୈଠକ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଆପ ଦଳର ଆବାହକ ତଥା ସଭାପତି ସଞ୍ଜୀବ ମହାନ୍ତି ଙ୍କ ନେତୃତ୍ୱରେ ଚାରିଛକ ଠାରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା ।ନିମାପଡ଼ା — ଗୋପ ନିର୍ବାଚନମଣ୍ଡଳୀର ନେତୃତ୍ଵ ନେଉଥିବା ନିରୋଦ ଚରଣ ଖୁଣ୍ଟିଆ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକ ରେ ଆପ ର ପ୍ରଭାରୀ କାର୍ତ୍ତିକ ପରିଡ଼ା ,ଜଗତସିଂହପୁର ଜିଲ୍ଲା ଆବାହକ ଅନୁପମା ସେଠୀ ,କାକଟପୁର ର ବିଦ୍ୟାଧର ସେଠୀ ,ଚାରିଛକ ର ଅଶୋକ ରାଉତ ,ବାନମ୍ୱର ରାଉତ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ ।୨୦୧୨ମସିହାରେ ଗଠିତ ହୋଇଥିବା ଏହି ଦଳ ଆଜି ଦଶ ବର୍ଷରେ ପହଞ୍ଚିଛି ।ଆଗାମୀ ୨୦୨୪ ମସିହା ନିର୍ବାଚନରେ ସଂଗଠନକୁ ମଜବୁତ କରିବା ସହିତ ଶ୍ରୀ ଖୁଣ୍ଟିଆ ଙ୍କୁ ବିଧାୟକ ଭାବେ ନିର୍ବାଚିତ କରିବାକୁ ଉପସ୍ଥିତ କର୍ମୀ ମାନଙ୍କୁ ସଭାପତି ସଞ୍ଜୀବ ମହାନ୍ତି ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ