ଗାୟତ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

ଗୁଣପୁର,(ୱାଇଏନଏସ): ଗାୟତ୍ରୀ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ “ବିକଶିତ ଭାରତ ଯୁବ ମୋହତ୍ସବ – ୨୦୨୬ ” ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଉନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ ଯୋଗଦେଇ ସମାଜ କଲ୍ୟାଣରେ ବିଦ୍ୟାର୍ଥୀ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, ପିଲା ମାନେ କଠୋର ପରିଶ୍ରମ ଶହ ଆତ୍ମ ନିର୍ଭର ହେଲେ ବିକଶିତ ଭାରତ ସମ୍ଭବ ବୋଲି ସେ ମତ ବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ସୋଆ ବିଶ୍ୱବିଦ୍ୟାଳୟର ପ୍ରଫେସର୍ ଡଃ. ପ୍ରକାଶ ଚନ୍ଦ୍ର ସେନାପତି ଗୁଣାତ୍ମକ ଶିକ୍ଷା ଶହ ଚରିତ୍ର ଗଠନ ଉପରେ ଗୁରୁତ୍ବାରୋପ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଅକ୍ଷୟ କୁମାର ଦାଶ ଓ ସମ୍ପାଦକ ସଞ୍ଜୟ ସାହୁ,କମ୍ପ୍ୟୁଟର ବିଜ୍ଞାନ ବିଭାଗର ପ୍ରିନ୍ସିପାଲ ଶ୍ରୀ ସମରଜିତ କର ପ୍ରମୁଖ ମଞ୍ଚାସିନ ଥିଲେ l ଫାର୍ମାସି ଵିଭାଗ ନିର୍ଦେଶକ ପ୍ରଫେସର ଡଃ. ମନରଞ୍ଜନ ସାହୁ ସ୍ୱାଗତ ଭାଷଣ ହେଇଥିବାବେଳେ, ବିଭାଗୀୟ ପ୍ରିନ୍ସିପଲ୍ ଡଃ.କାହ୍ନୁ ଚରଣ ପାଣିଗ୍ରାହୀ ବିବରଣୀ ପାଠ କରିଥିଲେ । ଶେଷରେ ଅଧ୍ୟାପିକା ସାସ୍ୱତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ପ୍ରିୟଙ୍କା ପାଢି ଓ ଅର୍ଚ୍ଚନା ପ୍ରିୟଦର୍ଶନି ଚାନ୍ଦ ସଂଯୋଜନା କରିଥିଲେ । ବାର୍ଷିକ ଉତ୍ସଵ ଅଵସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ ବିତରଣ କରାଯାଇଥିଲା । ବିଭିନ୍ନ ବିଭାଗର ପିଲା ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ମାନେଜମେଣ୍ଟ ବିଭାଗର ଏଚ୍.ଓ.ଡି ମାନସ ରଞ୍ଜନ ସାମଲ, ପ୍ରଫେସର ଧବଳେଶ୍ଵର ପଟ୍ଟନାୟକ, ପ୍ରଫେସର ଜଗଦିଶ ଖୁଣ୍ଟିଆ, ପ୍ରଶାସନିକ ଅଧିକାରୀ ପ୍ରଫୁଲ୍ଲ ପଟ୍ଟନାୟକ , ମହାଲକ୍ଷ୍ମୀ ଦାସ,ଲୋହା ବାଉରୀ ,ଲକ୍ଷ୍ମୀନାରାୟଣ ସାହୁ, ଶାଶ୍ଵତୀ ବେହେରା,ଚୈତନ୍ୟ ପ୍ରଧାନୀ, ରାଜେଶ ଗଙ୍ଗା, ଏମ୍.ଚନ୍ଦ୍ରସେଖର, ଗ୍ରେଶ୍ମା ଚୌଧୁରୀ,ଚୈତନ୍ୟ ଗୌଡ଼, ରୀତୁଷ୍ମାଇ ପଣ୍ଡା, ଲିଜାଶ୍ରୀ ନାୟକ, ଅଜିତ୍ ସାହୁ, ରାଜିବ ପଣ୍ଡା, ପ୍ରଫୁଲ୍ଲ ମହାନ୍ତି,ବିଷ୍ଣୁ ରଥ,ରବି ଗୌଡ,ଜୁଜା ବିଡିକା,ରିପୁନ ମହାନ୍ତି, ଦୁର୍ଗାପ୍ରସାଦ ମିଶ୍ର,ଅଭି ବେହେରା,ଶ୍ରୀକାନ୍ତ ପଣ୍ଡା, ରାଜକୁମାର ବିଡିକା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ