ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ନିମାପଡ଼ା ବ୍ଲକ ଭୋଦର ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ସ୍ୱାମୀ ବିବେକାନନ୍ଦ ଙ୍କ ନୂତନ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି ।ଏହି ଉନ୍ମୋଚନ କାର୍ଯ୍ୟକ୍ରମ ରେ ଉକ୍ତ ଶିକ୍ଷା ଅନୁଷ୍ଠାନର ପୁରାତନ ୧୯୬୭ ମସିହାର ଛାତ୍ର ତଥା ଭାରତୀୟ ରାଜସ୍ବ ସେବା ପୂର୍ବତନ ଉପ ଆୟୁକ୍ତ କେନ୍ଦ୍ର ଅବକାରୀ ବିଭାଗର ଅଧିକାରୀ ଚନ୍ଦ୍ରକାନ୍ତ ଦଳାଇ ଯୋଗଦେଇ ଅନୁଷ୍ଠାନିକ ଭାବେ ସ୍ୱାମୀ ବବିବେକାନନ୍ଦଙ୍କ ନୂତନ ମୂର୍ତ୍ତି ଉନ୍ମୋଚନ କରିଥିଲେ ।ଏହି ବିଦ୍ୟାଳୟ ପରିସରରେ ପୂର୍ବରୁ ଆଜିର ଅତିଥିଙ୍କ ନେତୃତ୍ୱରେ ସ୍ଥାପନ କରାଯାଇଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ନିମାପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ଘନଶ୍ୟାମ ସ୍ୱାଇଁ ଉନ୍ମୋଚନ କରିଥିବା ବେଳେ ନୂତନ ଭାବେ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଶ୍ରୀ ଦଳାଇ ନିଷ୍ପତ୍ତି ନେଇଥିଲେ । ପୂର୍ବରୁ ନିର୍ମାଣ କରାଯାଇଥିବା ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିକୁ ଆଜି ଉନ୍ମୋଚନ କରାଯାଇଥିଲା, ଏ ଉନ୍ମୋଚନ କାର୍ଯ୍ୟକ୍ରମ ରେ ଶିକ୍ଷା ଅନୁଷ୍ଠାନର ପ୍ରଧାନ ଶିକ୍ଷକ କୃପାସିନ୍ଧୁ ସିଂ, ସହକାରୀ ଶିକ୍ଷୟତ୍ରୀ ବନଜା ନନ୍ଦିନୀ ସାହୁ, ଶିଶୁ ସେବିକା ରିଙ୍କି ବିନ୍ଧାଣି ଙ୍କ ସହିତ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ