ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ସ୍ଥିତ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି I ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରାଜନିତୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ସନ୍ତୋଷ କୁମାର ପାଣିଗ୍ରାହୀ ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଡ଼କ୍ଟର୍ ଗୁରୁମୂର୍ତ୍ତୀ ନାୟକ,ଅଶୋକ କୁମାର ସ୍ୱାଇଁ, ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ସପନ କୁମାର ପ୍ରଧାନ,ବିଶ୍ଵରଞ୍ଜନ ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ଥିଲେ I ମୁଖ୍ୟ ଅତିଥି ଶ୍ରୀ ପାଣିଗ୍ରାହୀ ସମ୍ବିଧାନ ଦିବସର ନୀତି ଆଦର୍ଶକୁ ବ୍ୟକ୍ତ କରିଥିଲେ I ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I