ଆକ୍ରମଣ ମାମଲା ; ଅଭିଯୁକ୍ତ ଜେଲଗଲେ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୋଲିସ ରବିବାର କୁଶପଡ଼ା ଗ୍ରାମର ଶତ୍ରୁଘ୍ନ ବିଷୋୟୀ ଙ୍କୁ ଥାନା ମାମଲା ନଂ.୪୦୪/୨୨ ଦଫା – ୨୯୪/୩୨୩/୩୨୪/୩୪୧/୫୦୬/୩୪ ଆଇ ପି ସି ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଶତ୍ରୁଘ୍ନ ଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି।ଶନିବାର ସକାଳ ପ୍ରାୟ ୭ ଟା ରେ ତାଙ୍କ ପଡୋଶୀ ରାଜେନ୍ଦ୍ର ଙ୍କ ଘର ସମ୍ମୁଖ ରେ ଅଟୋ ରଖାଯିବା କୁ କେନ୍ଦ୍ର କରି ୨ ପଡୋଶୀ ଙ୍କ ମଧ୍ୟରେ କଥା କଟା କଟି ରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟିଥିଲା। ଶତ୍ରୁଘ୍ନ ଙ୍କ ଆକ୍ରମଣରେ ଟୁକୁନା, ବୁଲୁ ଏବଂ ମାମିନି ବିଷୋୟୀ ଆହତ ହୋଇଥିଲେ। ଏନେଇ ଟୁକୁନା ବିଷୋୟୀ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲା କୁ ଭିତ୍ତିକରି ଆଇ ଆଇ ସି ଦୀପ୍ତି ରଞ୍ଜନ ବେହେରା ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।ଉଭୟ ପକ୍ଷ ଙ୍କ ମଧ୍ୟରେ ମାମଲାର ସମାଧାନ ନ ହେବାରୁ ଅଭିଯୁକ୍ତ ଶତ୍ରୁଘ୍ନ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଏସ ଆଇ ବଳଭଦ୍ର ଗଣ୍ଡ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ