କୋଷ୍ଠକାଠିନ୍ୟ ଦୂରକରେ ପାଳଙ୍ଗ ଶାଗ

ବିଭିନ୍ନ ସ୍ୱାସ୍ଥ୍ୟଗତ କାରଣ ପାଇଁ ଆୟୁର୍ବେଦିକ ଡାକ୍ତରମାନେ ପାଳଙ୍ଗ ଶାଗ ଖାଇବାକୁ ପରାମର୍ଶ ଦେଇଥାଆନ୍ତି । ଏହା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହିତ ଶରୀର ପାଇଁ ମଧ୍ୟ ଉପକାରୀ । ଏହା ଶରୀରରେ ହିମୋଗ୍ଲୋବିନ ବଢ଼ାଇବାରେ ସହାୟକ ହୋଇଥାଏ । ପାଳଙ୍ଗ ଶାଗରେ ଏମିନୋ ଏସିଡ, ଭିଟାମିନ ଏ, ବି, ସି, କେ, ଇ, ଆଏରନ, ଆୟୋଡିନ, ପୋଟାସିୟମ, ମ୍ୟାଗ୍ନେସିୟମରେ ଭରପୁର ହୋଇଥାଏ । ପାଳଙ୍ଗ ପତ୍ରର ଜୁସ ପିଇବା ଦ୍ୱାରା ପାଚନ କ୍ରିୟା ଠିକ୍ ରହିଥାଏ । ଏହା ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ କୋଷ୍ଠକାଠିନ୍ୟ ସମସ୍ୟା ଭୋଗୁଥିବା ବ୍ୟକ୍ତିଙ୍କ ପାଇଁ ପାଲଙ୍ଗ ଜୁସ ବହୁତ ଲାଭଦାୟକ ହୋଇଥାଏ । ଶରୀରରେ ହିମୋଗ୍ଲୋବିନ ବଢ଼ିଥାଏ । ରକ୍ତର ଅଭାବ ଥିବା ବ୍ୟକ୍ତି ପାଳଙ୍ଗ ଖାଇବା ଆବଶ୍ୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ