ଶୀତଦିନେ ଖାଆନ୍ତୁ ମେଥି ସାଗ
ନିୟମିତ ମେଥିସାଗ ଖାଇଲେ ଅନେକ ଫାଇଦା ମିଳିଥାଏ । ଆୟୁର୍ବେଦ ଅନୁଯାୟୀ ମେଥି ବିଶେଷ କରି ଡେଙ୍ଗୁ ରୋଗୀଙ୍କ ପାଇଁ ବେଶ ଲାଭଦାୟକ । ଏହାକୁ ନିୟମିତ ଖାଇଲେ ପ୍ଲେଟଲେଟ ପରିମାଣ ବୃଦ୍ଧି ହୋଇଥାଏ । ଜ୍ୱରରେ ମଧ୍ୟ ମେଥି ପତ୍ର ଖାଇଲେ ଭଲ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କୁହନ୍ତି ।
-ମେଥି ପତ୍ରରେ ଥିବା ଫାଇବର ଶରୀରରୁ ଦୂଷିତ ପଦାର୍ଥ ନିଷ୍କାଷନ କରିବାରେ ସାହାଯ୍ୟ କରିଥାଏ । ଫଳରେ କୋଲୋନ୍ କ୍ୟାନସର ହେବାର ସମ୍ଭାବନା କମ୍ ଥାଏ ।
-ମେଥି ପତ୍ରର ରସ ସହ ମହୁ ଓ ଲେମ୍ବୁ ମିଶାଇ ଖାଇଲେ କାଶ, କଫ ଭଲ ହେବା ସହ ଆହୁରି କିଛି ଲାଭ ମଧ୍ୟ ମିଳିଥାଏ ।
-ମେଥି ପତ୍ରରେ ତିଆରି ଚା’ ପିଇଲେ ଡେଙ୍ଗୁ ଜୀବାଣୁ ସହଜରେ ମରିଯାଇଥାଆନ୍ତି । ଏହାସହ ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ ।