ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ମରିୟାନ ରଇତ ଓ ଉପାଧକ୍ଷ ଧନେଶ୍ୱର ଭୂୟାଁଙ୍କ ଦାୟିତ୍ୱ ଗ୍ରହଣ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟାଳୟ ଠାରେ ଏସ ଡି ସି ଅଧ୍ୟକ୍ଷ। ମରିୟନ ରଇତ ଓ ଏସ ଡି ସି ଉପାଧ୍ୟକ୍ଷ ଧନେଶ୍ୱର ଭୂୟାଁ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ମାନ୍ୟବର ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ,ବରିଷ୍ଠ ନେତା ତଥା ହାଇଟେକ ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ,ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ, ବିଜେଡି ରାଜ୍ୟ ସମ୍ପାଦକ ମାରୁତ ପାଳ, ଗଜପତି ଜିଲ୍ଲା ସଭାପତି ପ୍ରଦୀପ ନାୟକ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସମସ୍ତ ବ୍ଳକର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଏବଂ ଗଜପତି ଜିଲ୍ଲା ବିଜୁ ପରିବାର ପକ୍ଷରୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିଥିଲେ।


