ସିଲେଇ ଶିକ୍ଷା ନିମନ୍ତେ ପ୍ରଶିକ୍ଷଣ ଶିବିର ଆରମ୍ଭ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଡିଆରଡିଏ ଛକ ନିକଟ ଜାତୀୟ ରାଜପଥ କଡ଼ରେ ଥିବା ଗ୍ରାମୀଣ ଆତ୍ମ ନିଯୂକ୍ତି ତାଲିମ କେନ୍ଦ୍ର ଠାରେ ଶୁକ୍ରବାର ଏକ ସିଲେଇ ଶିକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡିଆରଡିଏ ଏପିଡି (ତାଲିମ )ବାଣୀଵେବର୍ତ୍ତା ସୁକାନ୍ତ ପଟ୍ଟନାୟକ ଯୋଗ ଦେଇଥିଲେ । ଏଥିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୩୫ ଜଣ ମହିଳା ଙ୍କୁ ତାଲିମ ପ୍ରଦାନ କରାଯିବ । ଏହି ତାଲିମ ଆଜିଠାରୁ ଆରମ୍ଭ ହୋଇ ୩୦ ଦିନ ଧରି ଚାଲିବ । ସମସ୍ତ କାର୍ଯ୍ୟକ୍ରମକୁ ୟୁନିୟନ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର ର ନିର୍ଦ୍ଦେଶକ କିଶୋର ଚନ୍ଦ୍ର ନାୟକ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ତାଲିମ କେନ୍ଦ୍ରର ପ୍ରଶିକ୍ଷକଙ୍କ ସମେତ ବହୁ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ