ସ୍ଥାୟୀ ଆଶ୍ରୟ ସ୍ଥଳୀ ନିର୍ମାଣ କରିବା ଦାବି ନେଇ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭେଟିଲା ବ୍ରହ୍ମପୁର ଖବର କାଗଜ ବିତରକ ସଂଘ

ଛତ୍ରପୁର, (ଦେବଦତ୍ତ ମହାରଣା):ବ୍ରହ୍ମପୁର ଠାରେ ଖବର କାଗଜ ବିତରକ ମାନଙ୍କ ସୁବିଧା ନିମନ୍ତେ ଏକ ସ୍ଥାୟୀ ଆଶ୍ରୟ ସ୍ଥଳୀ ନିର୍ମାଣ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ସ୍ମାରକପତ୍ର ଶୁକ୍ରବାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ଲିନା କୁମାରୀ ଖେସଙ୍କୁ ଭେଟି ସଂଘ ପକ୍ଷରୁ ପ୍ରଦାନ କରାଯାଇଛି l ବ୍ରହ୍ମପୁର ର ଅନ୍ୟୁନ ୩୦୦ ଜଣ ଖବର କାଗଜ ବିକ୍ରେତା ବ୍ରହ୍ମପୁର ଟାଟାବେଞ୍ଜ ଛକ ନିକଟସ୍ଥ ଗିରିରୋଡ଼ ରାସ୍ତା କଡ଼ରେ ଅସୁରକ୍ଷିତ ଭାବେ ସମସ୍ତ ଛାପା ଗଣ ମାଧ୍ୟମ ସଂସ୍ଥାର ନ୍ୟୂଜ ପେପର ସଂଗ୍ରହ କରିବା ସହ ତାକୁ ବିଡା ବାନ୍ଧି ନିଜ ନିଜ ସାଇକେଲ ଓ ଦୁଇ ଚକିଆରେ ଲୋଡ଼ କରି ସହର ବୁଲି ବିତରଣ କରୁଛନ୍ତି l ଯାହା ଦ୍ୱାରା ସେମାନେ ବହୁ ଛୋଟ ବଡ଼ ଦୁର୍ଘଟଣା ର ଶିକାର ହେବାକୁ ପଡୁଥିବା ଏହି ସ୍ମାରକ ପତ୍ର ରେ ଦର୍ଶାଇଛନ୍ତି l ସେହିପରି ବର୍ଷା ଓ ଖରା ଦିନେ ସେମାନେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଏଣୁ ସେମାନଙ୍କ ପାଇଁ ଏକ ସ୍ଥାୟୀ ଆଶ୍ରୟ ସ୍ଥଳୀ ର ବ୍ୟବସ୍ଥା କରିବା ପାଇଁ ସେମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି l ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ବ୍ରହ୍ମପୁର ଖବର କାଗଜ ବିତରକ ସଂଘ ର ସଭାପତି ହରି କୃଷ୍ଣ ପାଢ଼ୀ ଓ ସମ୍ପାଦକ ସନ୍ତୋଷ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ