କଲେଜ ଛାତ୍ରୀକୁ କମେଟ ମରା ମହାଙ୍ଗା ପଡିଲା, ଗଛରେ ବାନ୍ଧି ଯୁବକକୁ ମାଡ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଜଣେ କଲେଜ ଛାତ୍ରୀକୁ ନିୟମିତ ରାସ୍ତାରେ କମେଟ ମାରିବା ମାହାଙ୍ଗା ପଡିଛି ଜଣେ ଯୁବକ ପାଇଁ । ଛାତ୍ରୀଙ୍କ ପରିବାର ଲୋକେ ଓ ସ୍ଥାନୀୟ ଗ୍ରାମବାସୀ ମାନେ ମିଶି ସଂପୃକ୍ତ ଯୁବକକୁ ଗଛରେ ବାନ୍ଧି ନିସ୍ତୁକ ପିଟି ପୁଲିସ ଜିମା ଦେଇଥିବା ଜଣାଯାଇଛି । ସୁଚନାରୁ ଜଣାଯାିଛି ଯେ ତେନ୍ତୁଲିଗଡିଆ ଗ୍ରାମର ଜଣେ ଛାତ୍ରୀ ସାଇକେଲରେ ନିୟମିତ କଲେଜ ଯାଇଥାନ୍ତି । କିନ୍ତୁ ଗତ କିଛିଦିନ ହେଲା ତେନ୍ତୁଲିପଦି ଗ୍ରାମର ଜଣେ ଯୁବକ ରାସ୍ତାରେ ଠିଆହୋଇ ଛାତ୍ରୀ ଜଣକୁ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିବା ସହିତ କମେଟ ମାରି ଆସୁଥିଲା । ଏନେଇ ଛାତ୍ରୀ ଜଣକ ଘରେ କହିବାପରେ ପରିବାର ଲୋକେ ରାସ୍ତାରେ ଉକ୍ତ ଯୁବକକୁ ଛକି ରହିଥିଲେ । ଗତକାଲି ଛାତ୍ରୀ ଜଣକ କଲେଜରୁ ଫେରୁଥିବା ସମୟରେ ଯୁବକ ଜଣକ ରାସ୍ତାରେ କମେଟ ମାରିବା ସହିତ ଅଶ୍ଳିଳ ଇଙ୍ଗିତ ପ୍ରଦର୍ଶନ କରିବା ସମୟରେ ପରିବାର ଲୋକ କାବୁ କରିନେଇଥିଲେ । ଏହାଦେଖି ଶହଶହ ଲୋକ ଜମା ହେବାପରେ ଉକ୍ତ ଯୁବକକକୁ ନିକଟସ୍ଥ ଏକ ଗଛରେ ବାନ୍ଧି ପକାଇ ଉତ୍ତମ ମଧ୍ୟମ ଦେଇଥିଲେ । ଖବରପାଇ ସୋସୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକକୁ ଉଦ୍ଧାର କରି ଥାନାକୁ ନେଇ ଯାଇଥିଲେ । କିନ୍ତୁ ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ନହେବାରୁ ପୁଲିସ ସଂପୃୃକ୍ତ ଯୁବକକୁ ଭବିଷ୍ୟତରେ ଆଉ ଏପରି ନକରିବାକୁ ଲୋଖାଇ ଛାଡି ଦେଇଥିବା ଜରାଯାଇଛି ।


