ଧର୍ମପରାୟଣ ବ୍ୟକ୍ତିଙ୍କ ଶ୍ରାଦ୍ଧ ବାର୍ଷିକରେ ସ୍ମୃତିସଭା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ଗ୍ରାମର ସମାଜସେବୀ ତଥା ଧର୍ମପରାୟଣ ବ୍ୟକ୍ତି ଭାବେ ପନରିଚିତ ଥିବା ସ୍ୱର୍ଗତ ବାଇଧର ପହିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ତାଙ୍କ ବାସଭବନରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ନିତ୍ୟାନନ୍ଦ ପହି, ନାରାୟଣ ପହି , ଚିତ୍ତରଞ୍ଜନ ପହିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ପୁର୍ବତନ ବିଧାୟକ ମାୟାଧର ଜେନା, ଜିଲ୍ଲାପରିଷଦ ସଦସ୍ୟ ତଥା ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ସାଂସଦ ପ୍ରତିନିଧି ନନ୍ଦୁ ଚରଣ ଜେନା, ହାଟଡିହି ପଞ୍ଚାୟତର ପୁର୍ବତନ ସରପଞ୍ଚ ଅନୁସୁୟା ସେଠୀ, କଳ୍ପତରୁ ସେଠୀ, ବରିଷ୍ଠ ବିଜେପି ନେତା ଆଲୋକ ସେଠୀ, ବିଶିଷ୍ଟ ଶିଳ୍ପପତି ଅଲେଖ ମଲ୍ଲିକ, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସନାତନ ବେହେରା, ବରିଷ୍ଠ ବିଜେଡି ନେତା ମାର୍କଣ୍ଡ ଚରଣ ଓଝା, ବିଶ୍ୱନାଥ ନାୟକ, ଗୋପାଳ ନାୟକ, ଜୟଦେବ ଚକ୍ର, କଂଗ୍ରେସ ନେତା ଲାଲା ସ୍ୱାଇଁ, ବିଜେପି ନେତା ହରମୋହନ ଶାସିନି, ମଧୁସୁଦନ ରାଉତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ତାଙ୍କ ପ୍ରତିମୃର୍ତ୍ତୀରେ ମାଲ୍ୟାର୍ପଣ କରିବା ସହିତ ତାଙ୍କ ସ୍ମୃତିଚାରଣ କରିଥିଲେ । ଭାଇ ଘନଶ୍ୟାମ ପହି, ଆଦିକନ୍ଦ ପହି, ଅନାଦି ଚରଣ ପହି, ଅମିୟ ରଞ୍ଜନ ପହି, ପ୍ରକାଶ ଚନ୍ଦ୍ର ମହାନ୍ତି, କାଳିଆ ପହି, ଦେବାଶିଷ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


