ଶତାୟୁଙ୍କ ପରଲୋକ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ବାଇଧର ବିଶ୍ୱାଳଙ୍କ ଶହେବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ପରୋପକାରୀ ଓ ଭଗବତ ପ୍ରେମୀ ଲୋକ ଭାବେ ଜଣାଶୁଣା ଥିଲେ । ତାଙ୍କ ପରଲୋକରେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରଲୋକ ଖବର ପାଇ ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ରାଉତ(ଅମର), ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ସୁଧାଶୁଂ ରାଉତ ,ବିନୟ କୁମାର ନାୟକ, ଇନ୍ଦ୍ରମଣି ବରାଳ, ଶ୍ରୀକାନ୍ତ ବରାଳ, ଅନାମ ରାଉତ, ଇଶ୍ୱର ବରାଳ, ରମେଶ ବିଶ୍ୱାଳ, ଭୀମସେନ ବିଶ୍ୱାଳ, ପଞ୍ଚାନନ ବିଶ୍ୱାଳ, ରବିନ୍ଦ୍ର ବିଶ୍ୱାଳ, ରମାକାନ୍ତ ବିଶ୍ୱାଳ, ସଞ୍ଜୟ ନାୟକ, ଅମିୟ ନାୟକ, ଟୁକୁନା ନାୟକ, ମଧୁସୁଦନ ନାୟକ, ସୌମ୍ୟ ପ୍ରକାଶ ନାୟକ, ଓମପ୍ରକାଶ ନାୟକ, ବିଶ୍ୱନାଥ ବିଶ୍ୱାଳ, ନାଣ୍ଡୁ ବିଶ୍ୱାଳ, ଦିବ୍ୟ ଅନୁରାଗ ଧଳଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବା ପରେ ବୈତରଣୀ ନଦୀ କୁଳରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ଜ୍ୱାଇଁ ବିଷ୍ଣୁ ପ୍ରସାଦ ରାଉତ ମୁଖାଗ୍ନି ଦେଇଥିବାବେଳେ ଝିଅ ମଞ୍ଜୁଲତା, କୁନି, ନାତୁଣୀ ଅବନ୍ତି, ଶିବା, ଚଗିଲି ପ୍ରମୁଖଙ୍କ ସମେତ ବନ୍ଧୁ ଓ ଅନେକ ଗ୍ରାମବାସୀ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।


