କେସିଙ୍ଗା ବିଦ୍ୟାପୀଠ ୧୯୯୭ ବେଚର ବନ୍ଧୁ ମିଳନ
କେସିଙ୍ଗା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଘଣ୍ଟସଲା ଘଣ୍ଟସଲା ଡେମ ରେ ଆଜି କେସିଙ୍ଗା ବିଦ୍ୟାପୀଠ ୧୯୯୭ ବେଚ୍ ଦଶମ ଶ୍ରେଣୀ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ଅନୂନ୍ୟ ୮୦ ଜଣ ଦଶମ ଶ୍ରେଣୀ ବନ୍ଧୁ ଯୋଗଦାନ କରିଥିଲେ l ପ୍ରଥମେ ଇହଧାମ ତ୍ୟାଗ କରିଥିବା ବନ୍ଧୁ ରମେଶ ଗୁପ୍ତା, ରାଧେଶ୍ୟାମ ତାଣ୍ଡି, ଡମ୍ବରୁ ସାହୁ, ଶ୍ରୀକାନ୍ତ ବାଗ, ତୀର୍ଥ ମାଝୀ ଓ ଶ୍ୟାମ ଅଗ୍ରୱାଲ ଙ୍କ ଫୋଟୋ ଚିତ୍ର ରେ ଦୀପ ପ୍ରଜ୍ୱଳନ କରି ବନ୍ଧୁ ମାନଙ୍କ ଅମର ଆତ୍ମା ର ସାଥଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇ ଦିଗମ୍ବତ ୬ ଜଣ ବନ୍ଧୁଙ୍କ ସ୍ମୃତି ଚାରଣ କରାଯାଇଥିଲା l ଏହି ବନ୍ଧୁ ମିଳନ ରେ ୧୯୯୭ ରୋପ୍ୟ ଜୟନ୍ତୀ ପାଇଁ ଏକ ସଙ୍ଗଠନ ଗଠନ ସହ ବିଭିନ୍ନ ସଦସ୍ୟ ମଣ୍ଡଳୀ ସ୍ଥାପନ କରାଗଲା l ଏହି କାର୍ଯକ୍ରମ ରେ ୧୯୯୭ ବେଚ ର ସମସ୍ତ ବନ୍ଧୁ ମାନଙ୍କ ଉପସ୍ଥିତି ରେ ୧୯୯୭ ରୋପ୍ୟ ସଂଗଠନ ନାମରେ ଘୋଷିତ କରାଯାଇ ମିଳନ ଏକ କମିଟି ଗଠନ କରାଯାଇଛି ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ କୃଷ୍ଣ କୁମାର ସାହା, ଉପସଭାପତି ଭାବେ କୁନା ପ୍ରଧାନ, ସାଧାରଣ ସମ୍ପାଦକ ଭାବେ ମଧୁ ସିନ୍ଦୁର, ସହ ସହ ସଂପାଦକ ଭାବେ ପ୍ରସନ୍ନ ଭୋଇ ଓ କୋଷାଧ୍ୟକ୍ଷ ଭାବେ ପୁରନ୍ଦର ସାହା ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛ।ଏହି ସଂଗଠନ ଆଗାମୀ ଦିନ ରେ ସମାଜିକ ଓ ଅଞ୍ଚଳ ର ଉନ୍ନତି କ୍ଷେତ୍ରରେ ଭାଗିଦାରୀ ହେବା ସହ ଆଗାମୀ ଶିକ୍ଷା ବର୍ଷ ରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ମାଟ୍ରିକ ପରୀକ୍ଷାରେ ପ୍ରଥମ ଦ୍ବିତିୟ ଆଉ ତୃତୀୟ ଙ୍କୁ ପ୍ରତେକ ବର୍ଷ ପୁରସ୍କାର ପ୍ରଦାନ କରାଯିବ ଏବଂ ଜରୁରୀ କାଳୀନ ସମୟରେ ରେଡ କ୍ରସ ଭଳି ଲୋକଙ୍କୁ ସହାୟତା ପ୍ରଦାନ କରିବ ଏବଂ ଗରିବ ଓ ଅସହାୟ ଲୋକଙ୍କର ସମସ୍ୟା କୁ ସରକାର ଙ୍କ ପାଖକୁ ପହଞ୍ଚାଇବା ପାଇଁ ପ୍ରୟାସ କରିବ ବୋଲି ନିଷ୍ପତୀ ନିଆଯାଇଥିଲା l ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ କୁ ମଧୁ ସିନ୍ଦୁର ମଞ୍ଚ ପରିଚାଳନାକରିଥିବା ବେଳେ ପ୍ରଣବ ଭୋକ୍ତା ଧନ୍ୟବାଦ ଅର୍ପଣ କରିଥିଲେl


