ନିର୍ବନ୍ଧ ଭୋଜିରେ ଚୋରି ଉଦ୍ୟମ ୨ ମହିଳା ଙ୍କ ସମେତ ୪ ଅଟକ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଗଡଗୋବିନ୍ଦ ପୁର ଗ୍ରାମରେ ନିର୍ବନ୍ଧ ଭୋଜିରେ ଚୋରି ଉଦ୍ୟମ କରି ଜଣେ ମହିଳା ଙ୍କ ସମେତ ୨ ବ୍ୟକ୍ତି ଗ୍ରାମବାସୀ ଙ୍କ ହାବୁଡ଼ରେ ପଡିଛନ୍ତି। ପରେ ଖବର ପାଇ କେ. ନୂଆଗାଁ ପୋଲିସ ଟିମ୍ ଗାଁ ରେ ପହଞ୍ଚି ମହିଳା ଙ୍କ ସମେତ ୨ ଜଣ ଙ୍କୁ ଥାନା କୁ ଉଠାଇ ନେଇ ପଚରା ଉଚୁରା କରୁଥିବା ଜଣାପଡିଛି। ପ୍ରକାଶ ଯେ, ଗ୍ରାମର ଭିମସେନ ସାହୁ ଙ୍କ ଝିଅର ନିର୍ବନ୍ଧ ପାଇଁ ଗଜପତି ଜିଲ୍ଲା ମୋହନା ରୁ ବନ୍ଧୁ ବାନ୍ଧବ ଆସିଥିଲେ ।ସେହି ବନ୍ଧୁ ବାନ୍ଧବ ମାନଙ୍କ ମଧ୍ୟରେ ଜଣେ ଅପରଚିତ ଲୋକ ମଧ୍ୟ ଥିଲେ ।ସିଏ ବି ବନ୍ଧୁ ବାନ୍ଧବ ଙ୍କ ପରି ଥଣ୍ଡା, ଜଳଖିଆ ଖାଇଥିଲେ ।ଝିଅଘର ଲୋକମାନେ ଭାବିଛନ୍ତି ବ୍ୟକ୍ତି ଜଣକ ପୁଅଘର ବନ୍ଧୁ ।ପୁଅଘର ଲୋକମାନେ ଭାବିଛନ୍ତି ଝିଅଘର ଲୋକ ହୋଇଥିବେ ।କିଛି ସମୟ ଗହଳି ଭିତରେ ସେ ଫୋନକରି ଆଉଜଣେ ଲୋକଙ୍କୁ ସେଠାକୁ ଡାକିଲେ ।ଜଣେ ଅଚିହ୍ନା ବ୍ୟକ୍ତି ତାଙ୍କ ସହିତ ଜଣେ ମହିଳା ଘର ଭିତରେ ପ୍ରବେଶ କଲେ ।ତାଙ୍କୁ ମଧ୍ୟ ଧୁମ ଧାମରେ ଅତିଥି ଚର୍ଚ୍ଚା କରାଯାଇଥିଲା ।ଏହି ସମୟରେ ଜଣେ ମହିଳା ଘର ଭିତରେ ଇତସ୍ତତଃ ଭାବେ ବୁଲିଲା ବେଳେ ଝିଅର ଜଣେ ଭାଇ ମହିଳା ଙ୍କ ଉପରେ ସନ୍ଦେହ କରିଥିଲେ ।ଯେତେବେଳେ ତାଙ୍କୁ ସନ୍ଦେହ ରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ସେ ଆଦୌ ଓଡ଼ିଆ କହିପାରିନଥିଲେ ।ସଙ୍ଗେ ସଙ୍ଗେ ପରିବାର ଲୋକେ ସେହି ମହିଳା ଜଣଙ୍କୁ କାବୁ କରିବା ସହିତ ତାଙ୍କ ସହ ଥିବା ଦୁଇ ଅଚିହ୍ନା ବ୍ୟକ୍ତି ଙ୍କୁ ମଧ୍ୟ କାବୁ କରିଥିଲେ ।ବାହାରେ ଅପେକ୍ଷା କରିଥିବା ଅନ୍ୟ ଜଣେ ମହିଳାଙ୍କୁ ମଧ୍ୟ କାବୁ କରାଯାଇଥିଲା ।ସେମାନେ ତେଲୁଗୁ ରେ ହିଁ କଥା କହୁଛନ୍ତି ।ସେମାନେ ଚୁଟି ବ୍ୟବସାୟ କରୁଥିବା ଜଣାପଡ଼ିଛି । ଘଟଣା ପ୍ରଚାରିତ ହେବାପରେ ଗାଁ ଲୋକେ ସେଠାରେ ପହଞ୍ଚି ସେମାନଙ୍କ ଦୁଇଟି ବାଇକ କୁ ଛଡାଇ ରଖିବା ସହ ପୋଲିସ କୁ ଖବର କରିଥିଲେ। ପୂର୍ବତନ ସରପଞ୍ଚ କେ. ହରିବନ୍ଧୁ ରେଡି ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ପୋଲିସ ପହଞ୍ଚି ଏହି ୨ ଜଣ ମହିଳା ଙ୍କ ସମେତ ୨ ସନ୍ଦିଗ୍ଧ ବ୍ୟକ୍ତି ସେମାନଙ୍କ ବାଇକ୍ , ଚୁଟି ଭର୍ତ୍ତି ଥିବା ବ୍ୟାଗ ,ଷ୍ଟିଲ ବାଲଟି ,ଗୋଟିଏ ପକ୍ଷୀ ଧରା ଫାଶ ଜବତ କରିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଏହିକି ଯେ, ଗତ କିଛି ଦିନ ଧରି ସମ୍ପୃକ୍ତ ଅଞ୍ଚଳର ବିଭିନ୍ନ ଘର ଓ ମନ୍ଦିର ମାନଙ୍କ ରେ ବାରମ୍ବାର ଚୋରି ଘଟଣା ଘଟି ଚାଲିଛି। ପୋଲିସ ଧରାପଡ଼ିଥିବା ସନ୍ଦିଗ୍ଧ ମାନଙ୍କୁ ଅଧିକ ପଚରା ଉଚରା କରି ତଥ୍ୟ ବାହାର କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।


