ଦାରିଙ୍ଗବାଡି ଇକୋ ରିଟ୍ରିଟରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ସଚେତନତା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକଠାରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଇକୋ ରିଟ୍ରିଟରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହିକ୍ରମରେ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ସମ୍ପର୍କରେ ଇକୋ ରିଟ୍ରିଟରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ଼ ସମେତ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀଙ୍କୁ ନିଆଁରୁ ନିଜେ ସୁରକ୍ଷିତ ରହିବା ସହ ପର୍ଯ୍ୟଟକଙ୍କୁ କିଭଳି ସୁରକ୍ଷା ଦିଆଯାଇପାରିବ ସେନେଇ ସଚେତନ କରାଯାଇଥିଲା। ଏପରି କି ରୋଷେଇ ସମୟରେ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗିଲେ କିଭଳି ଆୟତ୍ତ କରାଯିବ ସେ ନେଇ ପ୍ରଦର୍ଶନୀ ମାଧ୍ୟମରେ ବୁଝାଯାଇଥିଲା। ଏପରି କି ଇକୋ ରିଟ୍ରିଟରେ ସ୍ବତନ୍ତ୍ର ଦାୟିତ୍ୱରେ ଥିବା ବିଭାଗର ଷ୍ଟେସନ ଅଧିକାରୀ ଚିନ୍ମୟ କୁମାର ବାରିକଙ୍କତତ୍ତ୍ୱାବଧାନରେ ଇକୋ ରିଟ୍ରିଟରେ ପର୍ଯ୍ୟଟକଙ୍କ ପାଇଁ କରାଯାଇଥିବା କଟେଜ ସମେତ ଡାଇନିଂ ହଲ୍‌, ରିସେପସନ, ଶିଶୁ ପର୍ଯ୍ୟଟକ ଅଞ୍ଚଳ ଆଦି କିଭଳି ନିଆଁ ଦାଉରୁ ସୁରକ୍ଷିତ ରହିବ ସେନେଇ ତାଲିମ ପ୍ରଦାନ କରାଯାଇଥିଲା। ଫାୟାର ମ୍ୟାନ୍‌ ଚକ୍ରଧର କହଁର, ଦିଲୀପ ମହାନନ୍ଦ ପ୍ରମୁଖ ନିଆଁକୁ ଆୟତ୍ତ କରିବାର କୌଶଳ ପ୍ରଦର୍ଶନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ