ବନ୍ଦର ନିଷିଦ୍ଧାଂଚଳ ମଧ୍ୟରେ ଜଳିଗଲା ହାଇୱା
ପାରାଦୀପ, (ପୀତବାସ ପ୍ରଧାନ):ବୁଧବାର ଦିନ ମଧ୍ୟାହ୍ନରେ ପାରାଦୀପ ବନ୍ଦର ନିଷିଦ୍ଧାଂଚଳ ମଧ୍ୟରେ ଏକ ହାଇୱା ଓଆର୍-୨୧-ବି-୦୦୨୪ ନମ୍ବର ବିଶିଷ୍ଟ ଯାଉଥିବା ବେଳେ ହଠାତ୍ ସେଥିରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ସିକ୍ୟୁ-୧ ନିକଟରେ ଗାଡିର ଚାଳକ ନିଆଁ ଲାଗି ଯାଇଥିବା ଦେଖି ଗାଡିରୁ ଓହ୍ଲାଇ ପଡିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡର କାରଣ ଜଣା ପଡି ନଥିବା ବେଳେ ଗାଡିକୁ ଉଦ୍ଧାର କରିଛି ସିଆଇଏସଏଫର ଦମକଳ ବାହିନୀ । ଆଗକୁ ଏ ଦିଗରେ ଦୃଷ୍ଟି ନ ଦେଲେ ବଡ ଧରଣର ବିପଦକୁ ଏଡାଇ ଦିଆଯାଇ ନପାରେ ।


